ଦିଗପହଣ୍ଡିରେ ଭାରତ ବନ୍ଦ ପ୍ରଭାବ: ବନ୍ଦ ରହିଲା ଦୋକାନ ବଜାର, ଗାଡ଼ି ଚଳାଚଳ; ରାଜ୍ୟ ରାଜପଥକୁ…

ଦିଗପହଣ୍ଡି,୧୨|୨(ଅଶେଷ ନାଥ ମିଶ୍ର) ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ  ଗୁରୁବାର ସର୍ବଭାରତୀୟ ସ୍ତରରେ ଡ଼ାକରା ଦିଆଯାଇଥିବା ଭାରତ ବନ୍ଦ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଭାଜପା ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନଡିଏ ସରକାର କେନ୍ଦ୍ରରେ ତୃତୀୟ ପାଳି କ୍ଷମତାକୁ ଆସିବାପରେ ଶ୍ରମିକ ସ୍ବାର୍ଥ ବିରୋଧୀ ୪ ଟି ଶ୍ରମ କୋଡ଼ ରଦ୍ଦ କରାଯିବା ସହ ଦେଶର ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା, ଆଦିବାସୀ, ସଂଖ୍ୟାଲଘୁ, ଦଳିତ ଓ ବୁଦ୍ଧିଜୀବୀଙ୍କ ଉପରେ ଚରମ ଆକ୍ରମଣ କରି ଚାଲିଥିବାରୁ ୧୨ ଦଫା ଦାବୀ ପୁରଣ ପାଇଁ ଏହି ବନ୍ଦ ପାଳନ କରାଯାଇଛି।  ସ୍ଥାନୀୟ କଂଗ୍ରେସ, ସିପିଆଇ, ବିଜେଡ଼ି,ସିପିଆଇ(ଏମ) ର ବହୁସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।ଫଳରେ ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ପ୍ରଭୃତି ଅଞ୍ଚଳକୁ ଯାତ୍ରୀବାହୀ ବସ,ମାଲବାହୀ ଟ୍ରକ ଚଳାଚଳ ବନ୍ଦ ରହିଥିଲା।ଦଳୀୟ କର୍ମୀ ବୃନ୍ଦ ବାଇକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଦୋକାନ ବଜାର , ସ୍କୁଲ କଲେଜ, ଅଫିସ ଦପ୍ତର ବନ୍ଦ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଏନଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ସୁନୀଲ ପଣ୍ଡା, ଗୌରୀ ବେହେରା, ସିପିଆଇ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର,ବୃନ୍ଦାବନ ପଣ୍ଡା ,ହରପ୍ରସାଦ ରଥ, ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥି, ସିପିଆଇ(ଏମ) ଜିଲା କମିଟି କାର୍ଯ୍ୟକର୍ତ୍ତା କୈଳାସ ଷଡଙ୍ଗୀ, କୁରେଶୁ ପଣ୍ଡା, ସୁଶାନ୍ତ ଷଡଙ୍ଗୀ, ଭି.ସୁଦର୍ଶନ ରାଜୁ, ପି.ଶିବଶଙ୍କର,ରସାନନ୍ଦ ରାଉତ,ଶଙ୍କର ରାଓ, ମୂଷା ବେହେରା, ତାରାପ୍ରସାଦ ପଟ୍ଟନାୟକ,ମାଗି ସେଠୀ, ରମେଶ ଜେନା, ନିଗମ ପଣ୍ଡା, ନିଳାଞ୍ଚଳ ରଥ,ଏମ. ବାଇନାଥ, ମଣ୍ଟୁ ପାତ୍ର, ବାଲ୍ମୀକି ବେହେରା,ଗୌରଚନ୍ଦ୍ର ପୂଜାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ସଂଖ୍ୟକ ଦଳୀୟ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ: କଠିନ ପରିଶ୍ରମ କରି…

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ…

ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ, ବିଧାୟକ କଲେ …

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ…

ପୁଣି ଥରେ ଅଜିତ ହେଲେ କଳାହାଣ୍ଡି ଜିଲା ଛାତ୍ର ବିଜେଡି ସଭାପତି, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା, ୧୨ା୨(ପ୍ରଦୀପ କୁମାର ସାହୁ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍‌ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

ଭବାନୀପାଟଣା/ଲାଞ୍ଜିଗଡ଼,୧୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri