୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’

ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ବନୋତ ପ୍ରେମ୍‌ ସିଂହ, ଡେପୁଟି  ମ୍ୟାନେଜର ସଞ୍ଜୀବ କୁମାର ଏବଂ ଡେପୁଟି ମ୍ୟାନେଜର ଅନିଲ ଧୀଲନ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ  ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ନାଫେଡ୍‌) ଓ ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କ୍ରେଡିଟ କାଉନସେଲିଂ (ଏନ୍‌ଏଫ୍‌ସିସି) ଜରିଆରେ ଏଫ୍‌ସିଆଇ ପକ୍ଷରୁ ଏହାର ପ୍ରକ୍ରିୟାକରଣ ଆରମ୍ଭ ହୋଇଛି।  ଏଥିପାଇଁ ଏଜେନ୍ସିକୁ ଏଫ୍‌ସିଆଇ ପକ୍ଷରୁ ପ୍ରତି ସପ୍ତାହରେ ୨.୫ଏଲ୍‌ଏଟି ଗହମ ପ୍ରଦାନ କରାଯାଉଛି।  ଏହି ଗହମ ରାଜ୍ୟର ବିଭିନ୍ନ ମିଲ୍‌ ବା ଚକିକୁ ପଠାଯିବ। ଗହମରୁ ଅଟା ପ୍ରସ୍ତୁତ ପରେ ‘ଭାରତ ଅଟା’ ବ୍ରାଣ୍ଡ୍‌ରେ ଏହାର ପ୍ୟାକେଜି କରାଯିବା ସହ ବିକ୍ରୟ କରାଯିବ। ଏହି ଅଟା ଖୋଲା ବଜାରରେ ବିକ୍ରିହେବା ସହ ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ରେ ମଧ୍ୟ ଗ୍ରାହକଙ୍କୁ ଯୋଗାଣର ବନ୍ଦୋବସ୍ତ କରାଯିବ ବୋଲି ସିଂହ କହିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଗହମର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।  ଖୋଲା ବଜାରରେ ମିଳୁଥିବା ଅଟା, ମଇଦା, ସୁଜି ଆଦିର ଦରଦାମ ଉପରେ କେନ୍ଦ୍ର ସରକାର ନଜର ରଖିଥିବାବେଳେ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯାଏ । ଡିଏଫ୍‌ପିଡି, ଏଫ୍‌ସିଆଇ ଏବଂ ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ଷ୍ଟାକ୍‌ ହୋଲ୍ଟରଙ୍କ ଦ୍ୱାରା କରାଯାଉଥିବା ଗହମର ପ୍ରକ୍ରିୟାକରଣଠାରୁ ଆରମ୍ଭକରି ବଜାର ଉପଲବ୍ଧି ଉପରେ ନଜର ରଖାଯାଉଥିବା ସମ୍ମିଳନୀରେ କୁହାଯାଇଛି। ଖାଉଟିଙ୍କ ହିତ ପାଇଁ ଏପରି ପଦକ୍ଷେପ ନିଅଯାଉଛି। ତେବେ ଭାରତ ସରକାରଙ୍କ ପ୍ରଣୀତ ନିୟମ ଊଲ୍ଲଂଘନ କରୁଥିବା ଷ୍ଟାକ୍‌ ହୋଲ୍ଡରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ପ୍ରକାଶ ପାଇଛି।  ସେହିପରି ଭାରତ ଅଟାର ଚାହିଦା ଅନୁସାରେ ଆଗାମୀ ଦିନରେ ଏହାର ଯୋଗାଣ ପରିମାଣ ବର୍ଦ୍ଧିତ କରାଯିବ ବୋଲି ସିଂହ ସ୍ପଷ୍ଟ କରିଛନ୍ତି।
ସୂଚନା ଥାଉ କି, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ। ଏଥିରେ ୨ଟି ବର୍ଗରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାଆନ୍ତି। ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ। ମାତ୍ର ରାଜ୍ୟରେ ଗହମ ଉତ୍ପାଦନ ହେଉ ନ ଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟ୍‌ନ କେନ୍ଦ୍ର ଦେଇଥାଏ। ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ ।

Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri