୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’

ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ବନୋତ ପ୍ରେମ୍‌ ସିଂହ, ଡେପୁଟି  ମ୍ୟାନେଜର ସଞ୍ଜୀବ କୁମାର ଏବଂ ଡେପୁଟି ମ୍ୟାନେଜର ଅନିଲ ଧୀଲନ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ  ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ନାଫେଡ୍‌) ଓ ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କ୍ରେଡିଟ କାଉନସେଲିଂ (ଏନ୍‌ଏଫ୍‌ସିସି) ଜରିଆରେ ଏଫ୍‌ସିଆଇ ପକ୍ଷରୁ ଏହାର ପ୍ରକ୍ରିୟାକରଣ ଆରମ୍ଭ ହୋଇଛି।  ଏଥିପାଇଁ ଏଜେନ୍ସିକୁ ଏଫ୍‌ସିଆଇ ପକ୍ଷରୁ ପ୍ରତି ସପ୍ତାହରେ ୨.୫ଏଲ୍‌ଏଟି ଗହମ ପ୍ରଦାନ କରାଯାଉଛି।  ଏହି ଗହମ ରାଜ୍ୟର ବିଭିନ୍ନ ମିଲ୍‌ ବା ଚକିକୁ ପଠାଯିବ। ଗହମରୁ ଅଟା ପ୍ରସ୍ତୁତ ପରେ ‘ଭାରତ ଅଟା’ ବ୍ରାଣ୍ଡ୍‌ରେ ଏହାର ପ୍ୟାକେଜି କରାଯିବା ସହ ବିକ୍ରୟ କରାଯିବ। ଏହି ଅଟା ଖୋଲା ବଜାରରେ ବିକ୍ରିହେବା ସହ ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ରେ ମଧ୍ୟ ଗ୍ରାହକଙ୍କୁ ଯୋଗାଣର ବନ୍ଦୋବସ୍ତ କରାଯିବ ବୋଲି ସିଂହ କହିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଗହମର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।  ଖୋଲା ବଜାରରେ ମିଳୁଥିବା ଅଟା, ମଇଦା, ସୁଜି ଆଦିର ଦରଦାମ ଉପରେ କେନ୍ଦ୍ର ସରକାର ନଜର ରଖିଥିବାବେଳେ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯାଏ । ଡିଏଫ୍‌ପିଡି, ଏଫ୍‌ସିଆଇ ଏବଂ ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ଷ୍ଟାକ୍‌ ହୋଲ୍ଟରଙ୍କ ଦ୍ୱାରା କରାଯାଉଥିବା ଗହମର ପ୍ରକ୍ରିୟାକରଣଠାରୁ ଆରମ୍ଭକରି ବଜାର ଉପଲବ୍ଧି ଉପରେ ନଜର ରଖାଯାଉଥିବା ସମ୍ମିଳନୀରେ କୁହାଯାଇଛି। ଖାଉଟିଙ୍କ ହିତ ପାଇଁ ଏପରି ପଦକ୍ଷେପ ନିଅଯାଉଛି। ତେବେ ଭାରତ ସରକାରଙ୍କ ପ୍ରଣୀତ ନିୟମ ଊଲ୍ଲଂଘନ କରୁଥିବା ଷ୍ଟାକ୍‌ ହୋଲ୍ଡରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ପ୍ରକାଶ ପାଇଛି।  ସେହିପରି ଭାରତ ଅଟାର ଚାହିଦା ଅନୁସାରେ ଆଗାମୀ ଦିନରେ ଏହାର ଯୋଗାଣ ପରିମାଣ ବର୍ଦ୍ଧିତ କରାଯିବ ବୋଲି ସିଂହ ସ୍ପଷ୍ଟ କରିଛନ୍ତି।
ସୂଚନା ଥାଉ କି, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ। ଏଥିରେ ୨ଟି ବର୍ଗରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାଆନ୍ତି। ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ। ମାତ୍ର ରାଜ୍ୟରେ ଗହମ ଉତ୍ପାଦନ ହେଉ ନ ଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟ୍‌ନ କେନ୍ଦ୍ର ଦେଇଥାଏ। ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ ।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri