ଆଜିଠୁ ଭଞ୍ଜନଗର ଓ୍ବାଟର ପାର୍କ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ଭଞ୍ଜନଗର,୨୫ା୭(ବାବୁଲା ପ୍ରଧାନ): ରାଜ୍ୟର ଏକମାତ୍ର ସରକାରୀ ଓ୍ବାଟର ପାର୍କ ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଅଛି। ଆଜକୁ କିଛିଦିନ ହେବ ଭଞ୍ଜନଗର ଅଞ୍ଚଳରେ ବର୍ଷା ଯୋଗୁ ଓ୍ବାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଫଳରେ ପାର୍କ କ୍ଷତି ସହୁଛି। ତେଣୁ ପାର୍କ କର୍ତ୍ତୃପକ୍ଷ ଶୁକ୍ରବାରଠାରୁ ଓ୍ବାଟର ପାର୍କ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିଛନ୍ତି। ଦଶହରା ପୂର୍ବରୁ ପାଗ ଭଲଥିବ। ଉକ୍ତ ସମୟରେ ଓ୍ବାଟର ପାର୍କ ଖୋଲିଲେ ପର୍ଯ୍ୟଟକମାନେ ମନୋରଞ୍ଜନ ପାଇଁ ଆସିବେ। ତେଣୁ ଦଶହରା ପୂଜା ସମୟରେ ଓ୍ବାଟର ପାର୍କ ଖୋଲିବା ଲକ୍ଷ୍ୟ ବିଭାଗ ପକ୍ଷରୁ ରଖାଯାଇଛି। ବର୍ତ୍ତମାନ ଦିନକୁ ୨ଶହ ପର୍ଯ୍ୟଟକ ହିଁ ଓ୍ବାଟର ପାର୍କକୁ ମନୋରଞ୍ଜନ ପାଇଁ ଯିବାର ବ୍ୟବସ୍ଥା ଅଛି। କିନ୍ତୁ ବର୍ଷା ଋତୁ ପୂର୍ବରୁ ଓ୍ବାଟର ପାର୍କରେ ପ୍ରବଳ ଭିଡ଼ ହେଉଥିଲା। ଦଶହରା ସମୟରେ ପାର୍କ ଖୋଲିଲେ ପ୍ରବଳ ଭିଡ଼ ହେବ। ତେଣୁ ୨ଶହ ବଦଳରେ ୪ଶହ ପର୍ଯ୍ୟଟକ ଓ୍ବାଟର ପାର୍କକୁ ଗଲାଭଳି ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ଓ୍ବାଟର ପାର୍କ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ତ୍ତମାନ ବର୍ଷା ପାଇଁ ପର୍ଯ୍ୟଟକ ଆସୁନାହାନ୍ତି। ବର୍ଷା ଛାଡ଼ିବା ପରେ ଦଶହରା ପୂର୍ବରୁ ପାର୍କ ଖୋଲାଯିବ। ଅଧିକ ଲୋକ ଯେଭଳି ଓ୍ବାଟର ପାର୍କରେ ମନୋରଞ୍ଜନ କରିପାରିବେ ସେନେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri