ଅଚାନକ୍ ମଣ୍ଡି ପରିଦର୍ଶନ କଲେ ଭଞ୍ଜନଗର ଉପ ଜିଲାପାଳ, ନୋଡାଲ ଅଫିସର- କ୍ବାଲିଟି ଆନାଲିସିସଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ):  ଗଞ୍ଜାମ ଜିଲାରେ ବର୍ତ୍ତମାନ ମଣ୍ଡି ଗୁଡ଼ିକରେ ଧାନ କିଣା ଚାଲିଛି । କିନ୍ତୁ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଏନେଇ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ପାଖରେ ମଧ୍ୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଫଳରେ ଉପ ଜିଲାପାଳ ଉମା ଶଙ୍କର ବେହେରା ଶନିବାର ଅଚାନକ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ୫ ଟି ମଣ୍ଡିରେ ପହଞ୍ଚି ଭିତ୍ତିଭୂମି ସମେତ କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ଦେଖି ଉପ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏଥିସହ ମଣ୍ଡି ପରିଦର୍ଶନ ସମୟରେ ୩ ଜଣ ନୋଡାଲ ଅଫିସର ଓ ୪ ଜଣ କ୍ବାଲିଟି ଆନାଲିସିସ୍ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ଉକ୍ତ କର୍ମଚାରୀମାନଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଉପ ଜିଲାପାଳ। ଉତ୍ତର ସନ୍ତୋଷ ଜନକ ନହେଲେ ସେମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ନିଆଯିବା ସମ୍ଭାବନା ରହିଛି । ଭଞ୍ଜନଗର ଉପଖଣ୍ଡର ଆହୁରି ଅନେକ ମଣ୍ଡିରେ ଏହିଭଳି ଅବ୍ୟବସ୍ଥା ଲାଗି ରହିଛି। ବାରମ୍ବାର ଏହିଭଳି ଚଢ଼ାଉର ଆବଶ୍ୟକତା ରହିଛି। ତାହେଲେ ଯାଇ ମଣ୍ଡି ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରି ହେବାସହ ଚାଷୀମାନେ ତାହାର ସୁଫଳ ପାଇପାରିବେ ଏବଂ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।

ଉପ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଭଞ୍ଜନଗର ତହସିଲଦାର ଅଭିପସା ପଟ୍ଟନାୟକ, ବେଲଗୁଣ୍ଠା ତହସିଲଦାର, ଏଆରସିଏସ୍ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷେ ଆଗାମୀ ଦିନରେ ଯଦି କୌଣସି ମଣ୍ଡିରେ ଅବ୍ୟବସ୍ଥା ପରିଲକ୍ଷିତ ହୁଏ ତେବେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ଏଠାରେ ସୂଚନା ଦେଇଛନ୍ତି । ଉପ ଜିଲାପାଳ ଆଜି ମଣ୍ଡି ପରିଦର୍ଶନ ସମୟରେ ଭିତ୍ତିଭୂମି ତଦାରଖ କରିଛନ୍ତି। ଏଥିସହ ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହ ଧାନ କିଣା ବାବଦରେ ଆଲୋଚନା କରିଥିଲେ । ଉପଜିଲାପାଳ ପ୍ରଥମେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା, ସାନକୋଦଣ୍ଡା ପ୍ୟାକ୍ସ ଓ ଜିଲୁଣ୍ଡି ମା ତାରାତାରିଣୀ ଏସଏଚଜିଙ୍କ ଦ୍ବାରା ପରିଚାଳିତ ମଣ୍ଡି ପରିଦର୍ଶନ କରିଥିଲେ। ପରେ ବେଲଗୁଣ୍ଠା ବ୍ଲକ ଅଧିନ ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ଏବଂ ବେଲଗୁଣ୍ଠା ବ୍ଲକର ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ନୋଡାଲ ଅଫିସର ଅନୁପସ୍ଥିତି ଥିଲେ। ଏଥିସହ ୪ ଟି ମଣ୍ଡିରେ କ୍ବାଲିଟି ଆନାଲିସିସ୍ ମଧ୍ୟ ଅନୁପସ୍ଥିତି ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri