ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଞ୍ଜନଗର ବିଧାୟକ: କଳିଙ୍ଗା ଘାଟିରେ ବିକଳ୍ପ ରାସ୍ତା ନେଇ…

ଭଞ୍ଜନଗର,୧୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତା ଧୋଇ ହେବାର ଆଜକୁ ୨୫ ଦିନ ବିତିଯାଇଛି । ମାତ୍ର ରାସ୍ତା କାମ ସରିବାକୁ ନାହିଁ। ଜାତୀୟ ରାଜପଥ କତୃପକ୍ଷ ଉକ୍ତ ରାସ୍ତାକୁ ଗୁରୁତର ସହ ନେଇ କାମ କଲାଭଳି ଲାଗୁନାହିଁ। ତେଣୁ ଆଜକୁ ୨୫ ଦିନ ହେବ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ଅଛି। ଯାହାକୁ ନେଇ ଉଭୟ ଜିଲାବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ଉକ୍ତ ରାସ୍ତା ମରାମତି କାମ ତୁରନ୍ତ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ଘାଟି ରାସ୍ତା ବହୁ ପୁରୁଣା ହୋଇଥିବା ଯୋଗୁ ସେଠାରେ ଆଉ ଗୋଟିଏ ବିକଳ୍ପ ରାସ୍ତା ନିର୍ମାଣ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି ସମୟରେ ଅଞ୍ଚଳର ଆଉ କିଛି ବିକାଶ ମୂଳକ ଯୋଜନା ଉପରେ ମଧ୍ୟ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଜାତୀୟ ରାଜପଥ କତୃପକ୍ଷଙ୍କୁ ରାସ୍ତା କାମ  ସାରି ଗମନା ଗମନ ସ୍ବାଭାବିକ କରିବା ପାଇଁ ନିଦ୍ଦେଶ ଦେଇଥିଲେ। ଏଥିସହ ଭବିଷ୍ୟତକୁ ଆଖି ଆଗରେ ରଖି ସେଠାରେ ଆଉ ଗୋଟିଏ ବିକଳ୍ପ ରାସ୍ତା  କଥାକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।
ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥର ଦୁଇଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ସେହିଦିନଠାରୁ ଘାଟି ରାସ୍ତା ବନ୍ଦ ଅଛି। ପରେ ଜାତୀୟ ରାଜପଥ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ସରିନାହିଁ।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ରାସ୍ତା କାମ କରାଯାଇଥିଲେ କାମ ଏତେଦିନ ବିଳମ୍ବ ହୋଇନଥାନ୍ତା। ଜାତୀୟ ରାଜପଥ କତୃପକ୍ଷ ଉକ୍ତ ରାସ୍ତା ମରାମତି ପ୍ରତି ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନଥିବା ଅଭିଯୋଗ ହୋଇଛି। ତେଣୁ ଆଜି ଏହି ସମସ୍ୟା ଦେଖାଦେଇଛି। ରାସ୍ତା କାମ ବିଳମ୍ବ ଯୋଗୁ ଲୋକେ ଅଧିକ ୬୦ କିମି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଅନ୍ୟପଟେ ଘାଟି ରାସ୍ତା ଖୋଲି ନ ଥିବା ଯୋଗୁ ଦୋକାନ, ହୋଟେଲ କରି ପରିବାର ଚଳାଉଥିବା ଶତାଧିକ ପରିବାର ବର୍ତ୍ତମାନ ରୋଜଗାର ହରାଉଛନ୍ତି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଗୁରୁବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଭେଟି ରାସ୍ତା କାମ ତ୍ୱରାନିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ତ୍ତମାନ ଦୁର୍ଗାପ୍ରସାଦରୁ କଲିଙ୍ଗା ପର୍ଯ୍ୟନ୍ତ ଥିବା ବିକଳ୍ପ ଚଲା ପଥ କୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ବର୍ତ୍ତମାନ କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ ୨୦୦ ବର୍ଷର ପୁରୁଣା ରାସ୍ତା। ଭବିଷ୍ୟତ ପାଇଁ ଉକ୍ତ ରାସ୍ତା ସୁରକ୍ଷିତ ନୁହେଁ। ତେଣୁ ବିକଳ୍ପ ରାସ୍ତା ସେଠୀ ଆବଶ୍ୟକତା ରହିଛି। ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ପରେ ଉକ୍ତ ଅଞ୍ଚଳବାସୀ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଗଞ୍ଜାମ ଓ କନ୍ଧମାଳ ଜଲା ସୀମାର କଳିଙ୍ଗା ଘାଟି ନିକଟରେ ରହିଥିବା ଲୋକେ ଉପସ୍ଥିତ ଥିଲେ। ଏଥିସହ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଡାକ ମାଧ୍ୟମରେ ଦାବିପତ୍ର ପଠାଯାଇଥିଲା। ଲୋକଙ୍କ ଅଭିଯୋଗ ଶୁଣିବା ପରେ ବିଧାୟକ ପ୍ରଦ୍ୟୁୁମ୍ନ କୁମାର ନାୟକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲଙ୍କ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri