ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଞ୍ଜନଗର ବିଧାୟକ: କଳିଙ୍ଗା ଘାଟିରେ ବିକଳ୍ପ ରାସ୍ତା ନେଇ…

ଭଞ୍ଜନଗର,୧୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତା ଧୋଇ ହେବାର ଆଜକୁ ୨୫ ଦିନ ବିତିଯାଇଛି । ମାତ୍ର ରାସ୍ତା କାମ ସରିବାକୁ ନାହିଁ। ଜାତୀୟ ରାଜପଥ କତୃପକ୍ଷ ଉକ୍ତ ରାସ୍ତାକୁ ଗୁରୁତର ସହ ନେଇ କାମ କଲାଭଳି ଲାଗୁନାହିଁ। ତେଣୁ ଆଜକୁ ୨୫ ଦିନ ହେବ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ଅଛି। ଯାହାକୁ ନେଇ ଉଭୟ ଜିଲାବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ଉକ୍ତ ରାସ୍ତା ମରାମତି କାମ ତୁରନ୍ତ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ଘାଟି ରାସ୍ତା ବହୁ ପୁରୁଣା ହୋଇଥିବା ଯୋଗୁ ସେଠାରେ ଆଉ ଗୋଟିଏ ବିକଳ୍ପ ରାସ୍ତା ନିର୍ମାଣ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି ସମୟରେ ଅଞ୍ଚଳର ଆଉ କିଛି ବିକାଶ ମୂଳକ ଯୋଜନା ଉପରେ ମଧ୍ୟ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଜାତୀୟ ରାଜପଥ କତୃପକ୍ଷଙ୍କୁ ରାସ୍ତା କାମ  ସାରି ଗମନା ଗମନ ସ୍ବାଭାବିକ କରିବା ପାଇଁ ନିଦ୍ଦେଶ ଦେଇଥିଲେ। ଏଥିସହ ଭବିଷ୍ୟତକୁ ଆଖି ଆଗରେ ରଖି ସେଠାରେ ଆଉ ଗୋଟିଏ ବିକଳ୍ପ ରାସ୍ତା  କଥାକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।
ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥର ଦୁଇଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ସେହିଦିନଠାରୁ ଘାଟି ରାସ୍ତା ବନ୍ଦ ଅଛି। ପରେ ଜାତୀୟ ରାଜପଥ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ସରିନାହିଁ।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ରାସ୍ତା କାମ କରାଯାଇଥିଲେ କାମ ଏତେଦିନ ବିଳମ୍ବ ହୋଇନଥାନ୍ତା। ଜାତୀୟ ରାଜପଥ କତୃପକ୍ଷ ଉକ୍ତ ରାସ୍ତା ମରାମତି ପ୍ରତି ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନଥିବା ଅଭିଯୋଗ ହୋଇଛି। ତେଣୁ ଆଜି ଏହି ସମସ୍ୟା ଦେଖାଦେଇଛି। ରାସ୍ତା କାମ ବିଳମ୍ବ ଯୋଗୁ ଲୋକେ ଅଧିକ ୬୦ କିମି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଅନ୍ୟପଟେ ଘାଟି ରାସ୍ତା ଖୋଲି ନ ଥିବା ଯୋଗୁ ଦୋକାନ, ହୋଟେଲ କରି ପରିବାର ଚଳାଉଥିବା ଶତାଧିକ ପରିବାର ବର୍ତ୍ତମାନ ରୋଜଗାର ହରାଉଛନ୍ତି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଗୁରୁବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଭେଟି ରାସ୍ତା କାମ ତ୍ୱରାନିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ତ୍ତମାନ ଦୁର୍ଗାପ୍ରସାଦରୁ କଲିଙ୍ଗା ପର୍ଯ୍ୟନ୍ତ ଥିବା ବିକଳ୍ପ ଚଲା ପଥ କୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ବର୍ତ୍ତମାନ କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ ୨୦୦ ବର୍ଷର ପୁରୁଣା ରାସ୍ତା। ଭବିଷ୍ୟତ ପାଇଁ ଉକ୍ତ ରାସ୍ତା ସୁରକ୍ଷିତ ନୁହେଁ। ତେଣୁ ବିକଳ୍ପ ରାସ୍ତା ସେଠୀ ଆବଶ୍ୟକତା ରହିଛି। ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ପରେ ଉକ୍ତ ଅଞ୍ଚଳବାସୀ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଗଞ୍ଜାମ ଓ କନ୍ଧମାଳ ଜଲା ସୀମାର କଳିଙ୍ଗା ଘାଟି ନିକଟରେ ରହିଥିବା ଲୋକେ ଉପସ୍ଥିତ ଥିଲେ। ଏଥିସହ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଡାକ ମାଧ୍ୟମରେ ଦାବିପତ୍ର ପଠାଯାଇଥିଲା। ଲୋକଙ୍କ ଅଭିଯୋଗ ଶୁଣିବା ପରେ ବିଧାୟକ ପ୍ରଦ୍ୟୁୁମ୍ନ କୁମାର ନାୟକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri