ବାହାନଗା ଟ୍ରେନ୍‌ ଦୁର୍ଘଟଣା: ପୋପ ଫ୍ରାନ୍ସିସ୍‌ଙ୍କ ଶୋକ ପ୍ରକାଶ…

ଭଟିକାନ ସିଟି,୪।୬ : ରବିବାର ପୋପ ଫ୍ରାନ୍ସିସ ଭାରତର ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ଭାରତରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି।

ନ୍ୟୁଜ ଏଜେନ୍ସି ଏହି ସୂଚନା ଦେଇଛି ଓଡିଶାର ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଦୁର୍ଘଟଣାରେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସେ କହିଛନ୍ତି, ଜୁନ ୨ ରେ ଭାରତରେ ଘଟିଥିବା ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି। ମୁଁ ମୃତକ,ଆହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଭଗବାନ ସମସ୍ତ ମୃତକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

Share