ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆରପି ଥାନାର ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ। ଏତଲା ଆଧାରରେ ବାଲେଶର ଜିଆରପି ଥାନାରେ ଆଇପିସି ଦଫା ୩୩୭, ୩୩୮, ୩୦୪ କ, ୩୪ରେ ମାମଲା ରୁଜୁ ହୋଇଛି।