ଦୃଷ୍ଟି ଆଢୁଆଳରେ ଭଣ୍ଡାରୀବାରୀ, ଡେଙ୍ଗାବାରୀ ଗାଁ

ନୂଆଗଁା,୨୨ା ୨ (ଧନେଶ୍ୱର ସାହୁ):ନୟାଗଡ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ଭଣ୍ଡାରୀବାରୀ ଓ ଡେଙ୍ଗାବାରୀ ଗାଁ ଦୁଇଟି ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମବାସୀ ଦୁର୍ଦ୍ଧିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଶାସନିକ ଅଧିକାରୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ଗାଁକୁ ସବୁଦିନଆ ରାସ୍ତାଟିଏ ନ ଥିବା ବେଳେ ପାଣି ଓ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ତେଣେ ୨ରୁ୩ ମାସ ମଧ୍ୟରେ ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରା ନ ଗଲେ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର ୧ ନଂ. ଓ୍ୟାର୍ଡ ଡେଙ୍ଗାବାରୀ ଓ ଭଣ୍ଡାରୀବାରୀ ଗ୍ରାମରେ ୩୫ ଟି ଆଦିବାସୀ ପରିବାରର ପ୍ରାୟ ୧୫୦ ଲୋକ ବସବାସ କରନ୍ତି। କାପ୍ତାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୬ କି.ମି. ଦୂରରେ ଅବସ୍ଥିତ ଏହି ଗ୍ରାମ ଦୁଇଟି ନାନା ସମସ୍ୟା ଭିତର ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ପ୍ରଶାସନ କି ରାଜନେତାମାନଙ୍କର ଦୃଷ୍ଟି ପଡୁନାହିଁ। କେବଳ ନିର୍ବାଚନ ଆସିଲେ ଭୋଟ ପାଇଁ ନେତାମାନେ ଆସି ନାନା ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଥାଆନ୍ତି। ଆଉ ତା’ ପରେ ସବୁ ଭୁଲି ଯାଆନ୍ତି। ଗ୍ରାମ ନିକଟରେ ଥିବା ରତ୍ନଗିରି ଗାଁକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ସହ ତାହାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ହୋଇଛି। ଆମ ପାଖରେ ବଞ୍ଚତ୍ବା ପାଇଁ ମୌଳିକ ଆବଶ୍ୟକତାର ଅଭାବ ରହିଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଏଭଳି କହିଛନ୍ତି, ୧ ନଂ. ଓ୍ୟାଡର ଓ୍ବାର୍ଡ ସଭ୍ୟ ପ୍ରତାପ ଜାନି, ନାଦର ଜାନି, ମାଣିକ ଜାନି, ସୁଶିଳ ପ୍ରଧାନଙ୍କ ସମେତ ଦୁଇ ଗ୍ରାମର ବାସିନ୍ଦା। ରାସ୍ତା ମୁଖ୍ୟ ସମସ୍ୟା ହୋଇଛି। ଫଳରେ ଗାଁରେ ଥିବା ସ୍କୁଲକୁ ଶିକ୍ଷକ ଆସି ନ ପାରି କମ୍‌ ଉପସ୍ଥାନ ଦେଖାଇ କୌଶଳକ୍ରମେ ୧୦ ବର୍ଷ ପୂର୍ବେ ସ୍କୁଲକୁ ବନ୍ଦ କରିଦେଲେ। ଗାଁର ପିଲାମାନେ ଶିକ୍ଷା ଲାଭ କରିବାରୁ ବଞ୍ଚତ୍ତ ହେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। କୌଣସି ଲୋକ ରୋଗରେ ପଡ଼ିଲେ ଭାର କରି ନେବାକୁ ପଡୁଛି। ଏଥିଯୋଗୁ ଅନେକ ସମୟରେ ଜୀବନହାନୀ ଘଟୁଛି। ଗାଁରେ ପୋଖରୀ, ଗାଡିଆ କିଛି ନ ଥିବା ଯୋଗୁ ଗାଧୋଇବା ପାଇଁ କିମ୍ବା ଗୋରୁ ପାଣି ପିଇବାକୁ ପାଉ ନାହାନ୍ତି। ଗାଁକୁ ରାସ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ଓ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସୁଫଳ ନ ମିଳିନାହିଁ। ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ପଡୁଛି ବୋଲି ଜଣାଇ ଦେଇ ପ୍ରଶାସନ ନୀରବ ରହିଛି। ଏପରି ଅନେକ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏସବୁ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ଏ ସମସ୍ତ ସମସ୍ୟା ସମାଧାନ ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri