ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’

ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମଠାରେ ଆଚାର୍ଯ୍ୟଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମଧ୍ୟମ ପୁତ୍ର ପୂଜନୀୟ ଅନିରୁଦ୍ଧ ଚକ୍ରବର୍ତ୍ତୀ(ସିପାଇ ଦା’)ଙ୍କ କର କମଳରେ ଉନ୍ମୋଚିତ ଏହି ଭକ୍ତିଗୀତି ଆଲବମ୍‌ ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, କମଳାକ୍ଷ ପରିଡା, ଶଶାଙ୍କ ଶେଖର ଓ ଦୀପ୍ତିରେଖା ପାଢ଼ୀ କଣ୍ଠଦାନ କରିଛନ୍ତି। ଶାଶ୍ୱତ ପରିଡ଼ାଙ୍କ ରଚିତ ଗୀତଗୁଡ଼ିକୁ ସ୍ବରରେ ସଜାଇଛନ୍ତି ଅନିନ୍ଦ୍ୟ ସୁନ୍ଦର, କ୍ଷିତି ମୋହନ, କମଳାକ୍ଷ ଓ ସତ୍ୟବ୍ରତ । ସତସଙ୍ଗ ୱାଲର୍‌ଡ ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ ହୋଇଥିବା ଏହି ଆଲବମ୍‌ର ମ୍ୟୁଜିକ୍‌ ଆରେଞ୍ଜମେଣ୍ଟ କରିଛନ୍ତି ପିକୁ ରଥ।

Share