ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ପୁରୀ ଏକ ସେନ୍ସିଟିଭ ଜୋନ। ପୁରୀର ଜିଓଲୋଜିକାଲ ଷ୍ଟଡି ଆଜି ପର୍ଯ୍ୟନ୍ତ ଠିକ ଭାବେ ହୋଇପାରି ନାହିଁ। ପୁରୀ ପାଇଁ ସରକାର ଚିନ୍ତା କରିବାର ଆବଶ୍ୟକତା ଅଛି।
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ହେଲେ ପଲ୍ୟୁଶନ ଭୟଙ୍କର ହେବ। ଏହା ପୁରୀ ଜଳବାୟୁ ଉପରେ ପ୍ରଭାବ ପକାଇବ। ଏନେଇ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି। ଘଞ୍ଚ ଜଙ୍ଗଲରେ କାହିଁକି ସବୁ ତୀର୍ଥ ସ୍ଥାନ ଅଛି ବୋଲି ଯୁକ୍ତି ବାଢିଛନ୍ତି ଭକ୍ତ। ସେ ଆହୁରି କହିଛନ୍ତି ସରକାର ପରିବେଶକୁ ନଷ୍ଟ କରନ୍ତୁ ନାହିଁ।

