Categories: ଜାତୀୟ

ଭୟୁ ମହାରାଜ ଆତ୍ମହତ୍ୟା ମାମଲା: ଦୋଷୀଙ୍କୁ ୬ ବର୍ଷ ଜେଲ

ଇନ୍ଦୋର,୨୮ ।୧: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଷ୍ଟ୍ର ସନ୍ଥ ଭୟୁ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଇନ୍ଦୋର କୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି । କୋର୍ଟ ମୁଖ୍ୟ ସେବାଦାର ବିନାୟକ, ଡ୍ରାଇଭର ଶରଦ ଓ କେୟାରଟେକର ପଲକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ସମସ୍ତ ଦୋଷୀଙ୍କୁ ୬ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ସେବାଦାରମାନେ ଭୟୁ ମହାରାଜଙ୍କୁ ଏତେ ପ୍ରତାରଣା ଦେଇଥିଲେ କି ସେ ଆତ୍ମହତ୍ୟା କରିଦେଇଥିଲେ ।
ସୂଚନାଯାଗ୍ୟ, ସାଢେ ୩ ବର୍ଷର ଶୁଣାଣି ପରେ କୋର୍ଟ ଏହି ରାୟ ଦେଇଛନ୍ତି । ଏହି ସମୟରେ ୩୨ ସାକ୍ଷୀଙ୍କୁ ୧୫୦ଥର ହାଜର କରାଯାଇଛି । ଶେଷରେ ହାଇକୋର୍ଟ ଅପରାଧର ପ୍ରମାଣ ପାଇଥିଲେ । ଜଷ୍ଟିଶ ଧର୍ମେନ୍ଦ୍ର ସୋନି ମହାରାଜଙ୍କ ସେବାଦାର ଶରଦ ଦେଶମୁଖ, ବିନାୟକ ଦୁଘେଲେ ଓ ପଲକ ପୁରୋହିତଙ୍କୁ ମହାରାଜଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ କହିଛନ୍ତି ଅପରାଧୀମାନେ ଟଙ୍କା ପାଇଁ ମହାରାଜଙ୍କୁ ପ୍ରତାରଣା ଦେଇ ଆସୁଥିଲେ । ଟଙ୍କା ପାଇଁ ତାଙ୍କୁ ବ୍ଲାକ ମେଲ ବି କରାଯାଉଥିଲା । ସୂଚନାଯୋଗ୍ୟ, ଭୟୁ ମହାରାଜ ୧୨ ଜୁନ ୨୦୧୮ରେ ନିଜ କାନମୁଣ୍ଡାରେ ଗୁଳିକରି ଆତ୍ମ ହତ୍ୟା କରିଥିଲେ । ଯେଉଁ ସେବାଦାରମାନେ ମହାରାଜଙ୍କ ପାଇଁ ପରିବାରଠାରୁ ଅଧିକ ଥିଲେ ଯେଉଁମାନଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ରହିଥିଲା ସେହି ସେବାଦାରମାନେ ଟଙ୍କା ପାଇଁ ତାଙ୍କୁ ଏମିତି ପ୍ରତାରଣା ଦେଲେ ଯେ ଶେଷରେ ସେ ଆତ୍ମହତ୍ୟା କଲେ ।

Share