ରିୟଲ ଲାଇଫ୍‌ ହିରୋ ହେଲେ ଭାଇଜାନ, ଏପରି ବଢ଼ାଇଲେ ସାହାଯ୍ୟର ହାତ

ବଲିଉଡ୍‌ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କ ଫିଲ୍ମ ରାଧେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ଅନେକ କାରଣ ନେଇ ଟ୍ରେଣ୍ଡରେ ଥାନ୍ତି। ଅତୀତରେ, ସେ ମୁମ୍ବାଇର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରିଥିଲେ। ଏଥି ସହିତ ଭାଇଜାନ୍‌ ପୁଣି ଥରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହେଲେ ଏଥର ସେ ଜଣେ ୧୮ ବର୍ଷର ବାଳକକୁ ତାଙ୍କ ପଢ଼ାରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ନାଟକର ଏହି ବାଳକଙ୍କ ପିତା କରୋନା ରେ ମୃତ୍ୟୁ ବରଣ କରିଛନ୍ତି।
ଏ ନେଇ ଯୁବ ସେନା ନେତା ରାହୁଲ ଏସ୍‌ କନାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଯେଉଁଥିରେ ସୂଚନା ଦିଆଯାଇଛି, ସଲମାନ ୧୮ ବର୍ଷ ବୟସ୍କ ବିଜ୍ଞାନ ଛାତ୍ରଙ୍କୁ ଆର୍ଥିକ ସହାୟତା କରୁଛନ୍ତି ଏବଂ ତାଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିଛନ୍ତି ଯାହା ତାଙ୍କର ପରବର୍ତ୍ତୀ ପଢ଼ାରେ ସହାୟକ ହେବ।

ତେବେ ଆପଣ ଭାବୁଥିବେ ରାହୁଲ ଏସ୍‌ କନାଲ କିଏ ? ରାହୁଲ ବର୍ତ୍ତମାନ ସଲମାନଙ୍କ ସହ କାମ କରୁଛନ୍ତି। କନାଲ ଆହୁରି ମଧ୍ୟ କହିଛନ୍ତି, ସଲମାନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପୁରା ପରିବାର ସହ ଜଡିତ ଅଛନ୍ତି। ଯେଉଁମାନେ ସାହାଯ୍ୟ ମାଗନ୍ତି, ସେମାନଙ୍କୁ ନିରାଶ ନକରିବାକୁ ସେ ତାଙ୍କ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

Share