Posted inଜାତୀୟ

ମହିଳାଙ୍କୁ ସୁରକ୍ଷା ଦେବାରେ ବଘେଲ ସରକାର ବିଫଳ: ଭାଜପା

ଭୋପାଳ,୨୪।୧୦: ଛତିଶଗଡ଼ ମହେନ୍ଦ୍ରଗଡ଼ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନର୍ସଙ୍କୁ ହାତଗୋଡ଼ ବାନ୍ଧି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିକରି ୩ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଏପରି କି ଅଭିଯୁକ୍ତମାନେ ଏହାର ଭିଡିଓ ରେକର୍ଡିଂ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଲେ ପୀଡିତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଅଭିଯୋଗ ଅନୁଯାୟୀ ଜିଲାର ଛିପଛିପି ଗ୍ରାମରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଅପରାହ୍ନରେ ନର୍ସ ଜଣକ ଏକାକୀ ଥିବାବେଳେ ଅଭିଯୁକ୍ତମାନେ ସେଠାରେ ପ୍ରବେଶ କରି ତାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କରିଥିଲେ। ଏହି ଘଟଣାକୁ ବିରୋଧ କରି ଭାଜପା ରାଜରାସ୍ତାକୁ ଓହ୍ଲାଇବା ସହ ମହିଳାଙ୍କୁ ସୁରକ୍ଷା ଦେବାରେ ଭୂପେଶ ବଘେଲଙ୍କ ସରକାର ବିଫଳ ହୋଇଥିବା ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି। ଗ୍ରାମାଞ୍ଚଳରେ କାର୍ଯ୍ୟରତ ମହିଳାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି...

ତାମିଲନାଡୁରେ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୩।୪: କରୋନା ସଂକ୍ରମଣ ଏବେବି ବିଭିନ୍ନ ରାଜ୍ୟରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ୩୦...

ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ...

ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ...

ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତ-ଜର୍ମାନୀ ସହମତ: ମୋଦି…

ନୂଆଦିଲ୍ଲୀ,୨୫।୨ : ଜର୍ମାନ ଚାନନ୍ସଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଉଭୟ...

ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ...

ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…

ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ...

ଇଛାଶକ୍ତି ଆଗରେ ହାର୍‌ ମାନିଛି ଦିବ୍ୟାଙ୍ଗତା: ୨ ହାତ ନ ଥାଇ ଶିକ୍ଷକତା ନିଶା

ଭୋପାଳ,୪।୯: ଇଛାଶକ୍ତି ଆଗରେ ସମସ୍ତ ବାଧା ଦୂର ହୋଇଯାଇଥାଏ। ଏଭଳି ଏକ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ପ୍ରାଥମିକ ଶିକ୍ଷକ ରାକେଶ ପନ୍ଦ୍ରେ। ପିଲାଦିନେ ଏକ...

Advertisement
Archives

Model This Week