ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ 

ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି।
ଅପରାହ୍ନ ୫ ଟାରେ ଆରମ୍ଭ ହୋଇଥିବା ନଗର ସଂକୀର୍ତ୍ତନରେ ଜିଲା ଓ ଜିଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭଦ୍ରକ ପୌରାଞ୍ଚଳର ବିଭିନ୍ନ ସାହିବସ୍ତି ସମେତ ଜିଲାର ବିଭିନ୍ନ ବ୍ଲକରୁ ୧୫୦ରୁ ଊଦ୍ଧ୍ୱର୍ର୍ ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା।
ସଂକୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ, ବିଭିନ୍ନ ପାରମ୍ପରିକ ନୃତ୍ୟ, ବାଦ୍ୟ, ଡିଜେ, କୀର୍ତ୍ତନ ମଣ୍ଡଳୀ, ସିଂହବାଜା, ଘଣ୍ଟବାଜା, ଘୋଡ଼ାନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନେହେରୁ ଷ୍ଟାଡିୟମରୁ ଶୋଭାଯାତ୍ରା ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ସହର ପରିକ୍ରମା କରି ଗାନ୍ଧୀପଡ଼ିଆରେ ଉଦ୍‌ଯାପିତ ହୋଇଥିଲା। ଏଥିସହ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମୟରେ  ଯଜ୍ଞ ସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା।
ସହରର ବନ୍ତଛକ, ଷ୍ଟାଡିୟମ୍‌ ରୋଡ୍‌, ମୋଚିଛକ, ଆରଡ଼ିଛକ, କଚେରି ବଜାର, ବାଇପାସ୍‌ ରୋଡ୍‌, ପୁରୁଣାବଜାର ରାସ୍ତା ଲୋକାରଣ୍ୟ ହୋଇଥିଲା। ଗେଲପୁର, ସନ୍ଥିଆ, ଏଲଖା, ଗେଲଟିଆ, ଗବସାହି, ଜଗନ୍ନାଥପୁର, ଜାନୁଗଞ୍ଜ, ବଙ୍କସାହି, ମଠସାହି, କୁଅଁାସ, ରାଜଘାଟ, ଚରମ୍ପା, ରାନ୍ଦିଆ ଆଦି ଅଞ୍ଚଳରୁ ବାହାରିଥିବା ମେଢ଼ ଶେଭାଯାତ୍ରାରେ ସାମିଲ ହୋଇଥିଲା। ବିଭିନ୍ନ ଛକରେ ବହୁ ଅନୁଷ୍ଠାନ, ସଙ୍ଗଠନ ଓ ରାଜନେତାଙ୍କ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ବାଗତ କରାଯିବା ସହ ଥଣ୍ଡା ପାନୀୟ, ସର୍ବତ, ପାଣି ପାଉଚ, ତରଭୁଜ, ଆଇସ୍‌କ୍ରିମ୍‌, ପୁରୀ, ଆଳୁଦମ୍‌ ଆଦି ଖାଦ୍ୟ ପରଷା ଯାଇଥିଲା।
ରାସ୍ତାର ଦୁଇପାର୍ଶ୍ୱରେ ବହୁ ପୁରୁଷ, ମହିଳା ମେଢ଼ ଦେଖିବା ସହ ଶଙ୍ଖ, ହୁଳୁହୁଳି ମାଧ୍ୟମରେ ସ୍ବାଗତ କରିଥିଲେ। ମହାଯଜ୍ଞ ସମିତି ସଭାପତି ନିତ୍ୟାନନ୍ଦ ନାୟକ,  କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢ଼ିଆରୀ, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ଉପଦେଷ୍ଟା ମନମୋହନ ସାମଲ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏମ୍‌ପି ଅଭିମନ୍ୟୁ ସେଠୀ, ଭାଜପା ଜିଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଡ. ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଜଗନ୍ନାଥ ଦାସ, ସମ୍ପାଦକ ସ୍ବାଧୀନ ସୁନ୍ଦର ଦାସ, ତୁଷାରକାନ୍ତ ଦାସ, ସଂଗ୍ରାମ ଆଚାଯର୍‌ୟ, ମାନସ ମହାନ୍ତି,  ତପନ ମହାନ୍ତି, ଅକ୍ଷୟ ସାହୁ, ଶ୍ରୀହର୍ଷ ସ୍ବାଇଁ, ଅମ୍ବିକା ପ୍ରସନ୍ନ ଦାଶ, ଦେବାଂଶୁ ରାଉତ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ, କଂଗ୍ରେସ ନେତା ଅସିତ୍‌ ପଟ୍ଟନାୟକ ଶୋଭାଯାତ୍ରାକାରୀଙ୍କୁ ନିଜ ଷ୍ଟଲ୍‌ରେ ରହି ସ୍ବାଗତ କରିବା ସହ ଥଣ୍ଡା ପାନୀୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶାନ୍ତି କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରର ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇମାନଙ୍କୁ ନିୟୋଜିତ କରାଯାଇଥିଲା। ୨୬ ପ୍ଲାଟୁନ ଫୋର୍ସ, ରାପିଡ୍‌ ଆକ୍ସନ ଫୋର୍ସ, ବିଏସ୍‌ଏଫ୍‌ ଯବାନ ଓ କେନ୍ଦ୍ର ସୁରକ୍ଷା ବଳ ନିୟୋଜିତ ଥିଲେ। ଏହାସହ ସିସିଟିଭି ଓ ଡ୍ରୋନ୍‌ କ୍ୟାମେରା ଭିଡ଼ ଉପରେ ନଜର ରଖିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri