ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ 

ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି।
ଅପରାହ୍ନ ୫ ଟାରେ ଆରମ୍ଭ ହୋଇଥିବା ନଗର ସଂକୀର୍ତ୍ତନରେ ଜିଲା ଓ ଜିଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭଦ୍ରକ ପୌରାଞ୍ଚଳର ବିଭିନ୍ନ ସାହିବସ୍ତି ସମେତ ଜିଲାର ବିଭିନ୍ନ ବ୍ଲକରୁ ୧୫୦ରୁ ଊଦ୍ଧ୍ୱର୍ର୍ ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା।
ସଂକୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ, ବିଭିନ୍ନ ପାରମ୍ପରିକ ନୃତ୍ୟ, ବାଦ୍ୟ, ଡିଜେ, କୀର୍ତ୍ତନ ମଣ୍ଡଳୀ, ସିଂହବାଜା, ଘଣ୍ଟବାଜା, ଘୋଡ଼ାନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନେହେରୁ ଷ୍ଟାଡିୟମରୁ ଶୋଭାଯାତ୍ରା ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ସହର ପରିକ୍ରମା କରି ଗାନ୍ଧୀପଡ଼ିଆରେ ଉଦ୍‌ଯାପିତ ହୋଇଥିଲା। ଏଥିସହ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମୟରେ  ଯଜ୍ଞ ସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା।
ସହରର ବନ୍ତଛକ, ଷ୍ଟାଡିୟମ୍‌ ରୋଡ୍‌, ମୋଚିଛକ, ଆରଡ଼ିଛକ, କଚେରି ବଜାର, ବାଇପାସ୍‌ ରୋଡ୍‌, ପୁରୁଣାବଜାର ରାସ୍ତା ଲୋକାରଣ୍ୟ ହୋଇଥିଲା। ଗେଲପୁର, ସନ୍ଥିଆ, ଏଲଖା, ଗେଲଟିଆ, ଗବସାହି, ଜଗନ୍ନାଥପୁର, ଜାନୁଗଞ୍ଜ, ବଙ୍କସାହି, ମଠସାହି, କୁଅଁାସ, ରାଜଘାଟ, ଚରମ୍ପା, ରାନ୍ଦିଆ ଆଦି ଅଞ୍ଚଳରୁ ବାହାରିଥିବା ମେଢ଼ ଶେଭାଯାତ୍ରାରେ ସାମିଲ ହୋଇଥିଲା। ବିଭିନ୍ନ ଛକରେ ବହୁ ଅନୁଷ୍ଠାନ, ସଙ୍ଗଠନ ଓ ରାଜନେତାଙ୍କ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ବାଗତ କରାଯିବା ସହ ଥଣ୍ଡା ପାନୀୟ, ସର୍ବତ, ପାଣି ପାଉଚ, ତରଭୁଜ, ଆଇସ୍‌କ୍ରିମ୍‌, ପୁରୀ, ଆଳୁଦମ୍‌ ଆଦି ଖାଦ୍ୟ ପରଷା ଯାଇଥିଲା।
ରାସ୍ତାର ଦୁଇପାର୍ଶ୍ୱରେ ବହୁ ପୁରୁଷ, ମହିଳା ମେଢ଼ ଦେଖିବା ସହ ଶଙ୍ଖ, ହୁଳୁହୁଳି ମାଧ୍ୟମରେ ସ୍ବାଗତ କରିଥିଲେ। ମହାଯଜ୍ଞ ସମିତି ସଭାପତି ନିତ୍ୟାନନ୍ଦ ନାୟକ,  କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢ଼ିଆରୀ, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ଉପଦେଷ୍ଟା ମନମୋହନ ସାମଲ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏମ୍‌ପି ଅଭିମନ୍ୟୁ ସେଠୀ, ଭାଜପା ଜିଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଡ. ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଜଗନ୍ନାଥ ଦାସ, ସମ୍ପାଦକ ସ୍ବାଧୀନ ସୁନ୍ଦର ଦାସ, ତୁଷାରକାନ୍ତ ଦାସ, ସଂଗ୍ରାମ ଆଚାଯର୍‌ୟ, ମାନସ ମହାନ୍ତି,  ତପନ ମହାନ୍ତି, ଅକ୍ଷୟ ସାହୁ, ଶ୍ରୀହର୍ଷ ସ୍ବାଇଁ, ଅମ୍ବିକା ପ୍ରସନ୍ନ ଦାଶ, ଦେବାଂଶୁ ରାଉତ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ, କଂଗ୍ରେସ ନେତା ଅସିତ୍‌ ପଟ୍ଟନାୟକ ଶୋଭାଯାତ୍ରାକାରୀଙ୍କୁ ନିଜ ଷ୍ଟଲ୍‌ରେ ରହି ସ୍ବାଗତ କରିବା ସହ ଥଣ୍ଡା ପାନୀୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶାନ୍ତି କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରର ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇମାନଙ୍କୁ ନିୟୋଜିତ କରାଯାଇଥିଲା। ୨୬ ପ୍ଲାଟୁନ ଫୋର୍ସ, ରାପିଡ୍‌ ଆକ୍ସନ ଫୋର୍ସ, ବିଏସ୍‌ଏଫ୍‌ ଯବାନ ଓ କେନ୍ଦ୍ର ସୁରକ୍ଷା ବଳ ନିୟୋଜିତ ଥିଲେ। ଏହାସହ ସିସିଟିଭି ଓ ଡ୍ରୋନ୍‌ କ୍ୟାମେରା ଭିଡ଼ ଉପରେ ନଜର ରଖିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri