ମେଲାଣି ନେଲେ ମା’

ଭଦ୍ରକ,୧୯।୧୧(ସନାତନ ରାଉତ): ସାତ ଦିନ ଧରି ଚରମ୍ପାଠାରେ ଚାଲିଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଶନିବାର ଉଦ୍‌ଯାପିତ ହୋଇଛି । ରବିବାର ମା’ ମେଲାଣି ନେଇଛନ୍ତି । ସକାଳରୁ ଭସାଣି ଆରମ୍ଭ ହୋଇଛି । ସମସ୍ତ ୮ଟି ପୂଜା ମଣ୍ଡପର ମେଢ଼ ଚରମ୍ପା ଷ୍ଟେଶନଠାରେ ଏକାଠି ହେବା ପରେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ନେତୃତ୍ୱରେ ଭସାଣି ଆରମ୍ଭ ହୋଇଛି। ସିଂହ ବାଜା, ଘଣ୍ଟ ବାଜା, ଆଦିବାସୀ ନୃତ୍ୟ, ପଞ୍ଜାବୀ ଢୋଲ, ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ରାଜ୍ୟ ବାହାରୁ ବିଭିନ୍ନ ବାଦ୍ୟନୃତ୍ୟରେ କମ୍ପି ଉଠୁଛି ଚରମ୍ପା ବଜାର। ସମସ୍ତ ମେଢ଼ ଭସାଣି ଶୋଭାଯାତ୍ରାରେ ବଜାର ପରିକ୍ରମା ପରେ ଡଗରାସାହି କେନାଲରେ ବିସର୍ଜନ କରାଯାଇଛି । ଭସାଣି ଶୋଭାଯାତ୍ରାରେ ଭଦ୍ରକ ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।