୩୧ ଯାଏ ଭଦ୍ରକ-ଧାମନଗର ଲକ୍‌ଡାଉନ୍‌

ଭଦ୍ରକ ଅଫିସ,୧୯।୭ – ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ କଟକଣା ଲାଗୁ ହେବ । ପୂର୍ବପରି ଜିଲାରେ ଶନିବାର, ରବିବାର ଶଟ୍‌ଡାଉନ୍‌ ରହିବ। ଏଥିସହ ଦୋକାନ ବଜାର ଖୋଲିବା ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୫ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଲୋକାଲ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜ଼ିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ କିପରି ଅଧିକରୁ ଅଧିକ ସ୍ବାବ ନମୁନା ସଂଗ୍ରହ କରାଯିବ, ସେଥିପ୍ରତି ଧ୍ୟାନ ଦିଆଯିବ। ଜ଼ିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ରବିବାର ସୁଦ୍ଧା ୩୨୩ ରେ ପହଁଚିଛି. ସେଥିମଧ୍ୟରୁ ୨୯୬ ଜଣ ସୁସ୍ଥ ହେଇଛନ୍ତି. ଲୋକମାନେ ମୁହଁ ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲାପାଳ କହିଛନ୍ତି।