ଡରାଇଲାଣି ଭଦ୍ରକ : ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୨୫।୮: ଭଦ୍ରକ ଜିଲାରେ ମଙ୍ଗଳବାର ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୨୨୩ରେ ପହଞ୍ଚିଛି। ପ୍ରାୟ ସବୁଦିନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ରହିଥାନ୍ତି। ମାତ୍ର ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଯାହା ଭଦ୍ରକ ପାଇଁ ଚିନ୍ତା ବଢ଼ାଉଛି। ତେବେ ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ଜଣ ସୁସ୍ଥ ହୋଇଥିବା ବେଳେ ୮୯୯ ଜଣ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।