Categories: ଖେଳ

ଭବ୍ୟା, କିରଟଙ୍କୁ ଓଡ଼ିଶା ଦଳର ନେତୃତ୍ୱ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି): ଆନ୍ଧ୍ର ପ୍ରଦେଶ ରୋଲ୍‌ବଲ ଆସୋସିଏଶନ ଓ ରୋଲ୍‌ବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆର୍‌ବିଏଫ୍‌ଆଇ) ଆନୁକୂଲ୍ୟରେ ବିଶାଖାପାଟଣାଠାରେ ଚଳିତ ମାସ ୧୬ରୁ ୧୮ ପର୍ଯ୍ୟନ୍ତ ୧୨ତମ ୧୧ ବର୍ଷରୁ କମ୍‌ ଜାତୀୟ ରୋଲ୍‌ବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଭବ୍ୟା ଇଶାନା ରାଉତ ଓ କିରଟ କୁମାର ନାୟକଙ୍କୁ ଯଥାକ୍ରମେ ବାଳିକା ଓ ବାଳକ ଦଳର ଅଧିନାୟକ କରାଯାଇଛି ବୋଲି ଓଡ଼ିଶା ରୋଲ୍‌ବଲ ଆସୋସିଏଶନ ସମ୍ପାଦକ ସୌଦାମିନୀ ପାତ୍ର ପ୍ରକାଶ କରିଛନ୍ତି।
ଓଡ଼ିଶା ଦଳ (ବାଳିକା): ଭବ୍ୟା ଇଶାନା ରାଉତ (ଅଧିନାୟିକା), ଅଶ୍ଳେଷା ପଣ୍ଡା, ବାଗ୍ମୀ ପ୍ରଧାନ, ଇଚିନି ଦିବ୍ୟାଞ୍ଜଳି, ବଂଶିକା ଗୁରୁ, ପେକାଲ ଅନୁସ୍କା, ମଧୁକ୍ସାରା ମିଶ୍ର, ଲଗ୍ନ ଲଭନିୟ ନାଥ, ବଂଶିକା ଶ୍ରୀଲିପ୍ତା ରାଉତ, ଆରଶି ପ୍ରେରଣା କାନୁନ୍‌ଗୋ, ସୁଦିକ୍‌ଶା ସ୍ବାଇଁ, କମଲ କ୍ରିଷ୍ଣା (ଗୋଲକିପର)। ବାଳକ: କିରଟ କୁମାର ନାୟକ (ଅଧିନାୟକ), ପ୍ରତୀକ ଅର୍ନବ ଜେନା, ସାଇ ଶ୍ରୀୟାଂଶ ରାଉତ, ଯଜ୍ଞେଶ ସଚ୍ଚିଦାନନ୍ଦମ, ଦେବବ୍ରତ ନାୟକ, ସତଭିକ୍‌ ରାୟସାମନ୍ତ, ଅଦିଭ ଚନ୍ଦୁକା, ଆଦିତ୍ୟ ଶର୍ମା, ରୋହନ ଦାସ, ନିର୍ମଳ ତ୍ରିପାଠୀ, ଅନିଶ ପଟ୍ଟନାୟକ (ଗୋଲକିପର), ସଂସ୍କାର ମହାକୁଡ଼ (ଗୋଲକିପର)।

 

Share