‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଅଭିନେତା ଦୀପେଶ ଭାନଙ୍କ ପରଲୋକ ଘଟିଛି। ଶନିବାର ୪୧ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କର ବିୟୋଗ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟିଭି ଜଗତରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଦୀପେଶଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନା ମୁତାବକ, ଶନିବାର ସକାଳେ ଦୀପେଶ କ୍ରିକେଟ ଖେଳୁଥିବା ହଠାତ୍‌ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ‘ଭାଭିଜୀ ଘର ପେ ହେ’ ଶୋ’ରେ ଦୀପଶଙ୍କୁ ମଲଖାନ ସିଂଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ସେ ତାଙ୍କ କମେଡି ପାଇଁ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ।

 

Share