ଧନ୍ଦାମୂଳକ ଶିକ୍ଷାରେ ବାଧକ ବିଏଫ୍‌ସି କଟକଣା

ଜଗତ୍‌ସିଂହପୁର, ୨୬ା୫(ପ୍ରମୋଦ କୁମାର ନାୟକ): ରାଜ୍ୟରେ ୨୩୩ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଥିରୁ ୩ଟି ବିଭିନ୍ନ କାରଣରୁ ଖୋଲିପାରିନାହିଁ। ୧୮ଟିରେ ଗୋଟିଏ ଲେଖାଏ ଓ ଅବଶିଷ୍ଟ ୨୧୨ଟିରେ ୨ଟି ଟ୍ରେଡ୍‌ ବିଷୟ ରହିଛି। ଅର୍ଥାତ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମଧ୍ୟରୁ ଯେକୌଣସି ୨ଟି ଷ୍ଟ୍ରିମ୍‌ରେ ପଢ଼ିବା ପାଇଁ ଇଚ୍ଛୁକ ଛାତ୍ରୀଛାତ୍ରମାନେ ପୃଥକ ଟ୍ରେଡ୍‌ ବିଷୟ ନେଇ ଶିକ୍ଷାଲାଭ କରିପାରିବେ। ପ୍ରତି ଟ୍ରେଡ୍‌ରେ ୨୪ଟି ସିଟ୍‌ ରହିଛି। ଏହି ହିସାବରେ ରାଜ୍ୟରେ ୧୦,୬୦୮ ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଲାଭ ପାଇଁ ସୁଯୋଗ ଅଛି। କିନ୍ତୁ ୨୦୨୪-୨୫ରେ ପାଖାପାଖି ୫୬% ଅର୍ଥାତ୍‌ ୫୯୦୮ ଛାତ୍ରୀଛାତ୍ର ଏହି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇଛନ୍ତି। ୨୦୨୩-୨୪ରେ ୫୬୪୭ ଜଣ ନାମ ଲେଖାଇଥିବାବେଳେ ଗତବର୍ଷ କେତେକ ଶିକ୍ଷାନୁଷ୍ଠାନରେ ଆଦୌ ପିଲା ନାମ ଲେଖାଇ ନ ଥିବା ଜଣାପଡ଼ିଛି। ସରକାର ଧନ୍ଦାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଓ ଟ୍ୟୁଶନ ଫି ବାବଦରେ କମ୍‌ ଟଙ୍କା ଧାର୍ଯ୍ୟ କରି ପିଲାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଛନ୍ତି। ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବା ପାଇଁ ଟ୍ରେଡ୍‌ ବିଷୟରେ ଶିକ୍ଷାଦାନ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଛାତ୍ରୀଛାତ୍ରମାନେ ଏହି ଶିକ୍ଷା ପ୍ରତି ମୁହଁ ମୋଡୁଛନ୍ତି। କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ବିଏଫ୍‌ସିରେ ନିର୍ଦ୍ଦିଷ୍ଟ ବିଷୟ ପଢ଼ିବା ପାଇଁ ବାଧ୍ୟବାଧକତା ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଉଦାହରଣ ସ୍ବରୂପ କୌଣସି ଛାତ୍ରୀଛାତ୍ର କଳାରେ ନାମ ଲେଖାଇବାକୁ ଚାହିଁଲେ ଏମ୍‌ଆଇଏଲ୍‌ (ମଡର୍ନ ଇଣ୍ଡିଆନ ଲାଙ୍ଗୁଏଜ୍‌), ଇଂଲିଶ ସାଧାରଣ ଅନ୍ୟ ଶିକ୍ଷାନୁଷ୍ଠାନ ପରି ବାଧ୍ୟତାମୂଳକ ରହିଛି। କିନ୍ତୁ ବିଏଫ୍‌ସିରେ ଅସମାନତା ରହୁଛି। ଅନ୍ୟ ସାଧାରଣ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ବିଷୟ ମଧ୍ୟରୁ ୪ଟିକୁ ବିଏଫ୍‌ସି ହିସାବରେ ଚୟନ ପାଇଁ ସୁଯୋଗ ଥିବାବେଳେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅର୍ଥାତ୍‌ ୩ଟି ବିଷୟ ଯଥା ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ର ନେବା ପାଇଁ ବାଧ୍ୟବାଧକତା ରହିଛି। ଟ୍ରେଡ୍‌ ବିଷୟ ହିସାବରେ ସାରା ରାଜ୍ୟରେ ଇନ୍‌ଫର୍ମେଶନ୍‌ ଟେକ୍‌ନୋଲୋଜି, ଇନ୍‌ଫର୍ମେଶନ୍‌ ଟେକ୍‌ନୋଲୋଜି ଏନାବଲ୍‌ଡ ସର୍ଭିସେସ୍‌, ମେଡିକାଲ ଲାବରେଟୋରି ଟେକ୍ନିକ୍ୟୁଜ୍‌ କ୍ରପ ପ୍ରଡକ୍ସନ୍‌, ଡାଇରିଂ, ହର୍ଟିକଲ୍‌ଚର, ଇନ୍‌ଲାଣ୍ଡ ଫିଶରିଜ୍‌, ପୋଲ୍‌ଟ୍ରି ଫାର୍ମିଂ, ସେରିକଲ୍‌ଚର, କମ୍ପ୍ୟୁଟର ଟେକ୍‌ନିକ୍ୟୁଜ୍‌, ପାରା ମେଡିକାଲ ହେଲ୍‌ଥ କେୟାର, ମାଇକ୍ରୋ ବାୟୋଲୋଜି ଆଣ୍ଡ ସେରୋଲୋଜି ଆଦି ୨୫ଟି ବିଷୟ ରହିଛି। ପ୍ରତି ଶିକ୍ଷାନୁଷ୍ଠାନରେ ଅତିବେଶିରେ ୨ଟି ଟ୍ରେଡ୍‌ ବିଷୟରେ ମୋଟ ୪୮ ଜଣଙ୍କୁ ଶିକ୍ଷାଲାଭର ସୁଯୋଗ ଅଛି। ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ବିଏଫ୍‌ସି ଭାବେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ କିମ୍ବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ନେବାକୁ ପଡୁଛି। ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ବିଏଫ୍‌ସି ଭାବେ ଆକାଉଣ୍ଟାନ୍ସି, ବିଜନେସ୍‌ ଷ୍ଟଡିଜ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଓ ଇକୋନୋମିକ୍ସ ରହିଛି। ମାତ୍ର ଧନ୍ଦାମୂଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ବିଏଫ୍‌ସିରେ ଅଧିକ ବିଷୟ ଚୟନ ଉପରେ କଟକଣା ଥିବାରୁ ଏହାର ଚାହିଦା ରହୁନାହିଁ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟରଙ୍କ ସହ ଯୋଗାଯୋଗ କରିବାରେ ପ୍ରସଙ୍ଗର ଗମ୍ଭୀରତା ଥିବା କହିବା ସହ ବିଏଫ୍‌ସିରେ ଥିବା କଟକଣା ଉଠାଇବା ବାବଦରେ ଉପଯୁକ୍ତ ଫୋରମ୍‌ରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। କାଉନ୍‌ସିଲ ଅଫ୍‌ ହାୟର ସେକେଣ୍ଡାରି ଏଜୁକେଶନ(ସିଏଚ୍‌ଏସ୍‌ଇ) ଡେପୁଟି ସେକ୍ରେଟାରି ଯଶୋବନ୍ତ ସାମଲଙ୍କୁ ପଚାରିବାରୁ ଏହି ପ୍ରସଙ୍ଗର ପ୍ରାସଙ୍ଗିକତା ଥିବାରୁ ବିଏଫ୍‌ସିରେ ଥିବା କଟକଣା ଉଠାଯିବା ଉପରେ ଚିନ୍ତା କରାଯାଉଛି। ନିକଟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ଏକ ଯୁଗ୍ମ କମିଟି ବୈଠକ ହୋଇଥିଲା। ସରକାରଙ୍କଠାରୁ ଅନୁମତି ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତଥାପି ଚଳିତ ଶିକ୍ଷାବର୍ଷରେ ଏହା ଉପରେ ବିଚାର କରାଯାଉଥିବା ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri