୬୩ତମ ଗ୍ରାମୀ ପୁରସ୍କାର ଘୋଷଣା: ଇତିହାସ ରଚିଲେ ବିୟୋନ୍ସେ

ଲସ ଆଞ୍ଜେଲସ,୧୫।୩: ୬୩ତମ ଗ୍ରାମୀ ପୁରସ୍କାର ଘୋଷଣା ହୋଇଛି। ଏଥର ଆମେରିକାର ସିଙ୍ଗର ତଥା ଅଭିନେତ୍ରୀ ବିୟୋନ୍ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ୨୮ଥର ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଛନ୍ତି। କରୋନା ହେତୁ ଗ୍ରାମୀ ପୁରସ୍କାର ବିଳମ୍ବରେ ଅନୁଷ୍ଠିତ ହୋଇଥିଲ। ପୁରସ୍କାର ଶୋ ଜାନୁଆରୀ ୩୧ରେ ଅନୁଷ୍ଠିତ ହେବାର ଥିଲା ଏବଂ ପରେ ମାର୍ଚ୍ଚ ୧୪କୁ ଘୁଞ୍ଚାଇ ଦିଆଯାଇଥିଲା। ହାସ୍ୟ ଅଭିନେତା ତଥା ଟକ ସୋ ହୋଷ୍ଟ ଟ୍ରେଭର୍‌ ନୋହା ଏଥର ଗ୍ରାମୀ ପୁରସ୍କାର ହୋଷ୍ଟିଂ କରିଥିଲେ।ଏଥର ଇଭେଣ୍ଟ ଷ୍ଟେପ୍ଲସ୍‌ ସେଣ୍ଟରେ ନୁହେଁ ବରଂ ଲସ ଆଞ୍ଜେଲସ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା।

Share