Posted inଜାତୀୟ

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି ନାମରେ ଠକେଇ ଆରମ୍ଭ ହୋଇଛି। ସ୍କାମରମାନେ ସମଗ୍ର ଦେଶରେ ସକ୍ରିୟ ହୋଇସାରିଛନ୍ତି। ସେମାନେ ୫ ଜି ନାମରେ ଲୋକଙ୍କ ସହ ଅନଲାଇନ ଠକେଇ କରୁଛନ୍ତି। ଲୋକମାନଙ୍କୁ ୫ ଜି ଅପଗ୍ରେଡ ନାମରେ ପ୍ରତାରଣା କରାଯାଇଥିବା ଏପରି କିଛି ଘଟଣା ଘଟିଛି। ଏହି ପ୍ରସଙ୍ଗରେ ହାଇଦ୍ରାବାଦ ପୋଲିସ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି।

ହାଇଦ୍ରାବାଦ ପୋଲିସର ସତର୍କ ସୂଚନାରେ କୁହାଯାଇଛି ଯେ ଉପଭୋକ୍ତାମାନେ ମୋବାଇଲ ଫୋନରେ ମିଳୁଥିବା କୌଣସି ୟୁଆରଏଲ ଉପରେ କ୍ଲିକ କରିବା ଉଚିତ ନୁହେଁ। ଏଭଳି କଲେ କ୍ଷତି ସହିବାକୁ ପଡିପାରେ।
ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି ଯେ ମୋବାଇଲରେ ଅନେକ ୟୁଆରଏଲ ମିଳିଛି, ଯାହା ବ୍ୟାଙ୍କ ଠକେଇର କାରଣ ପାଲଟିଛି।
ଯଦି ୫ ଜିକୁ ଅପଗ୍ରେଡ କରିବାକୁ ୟୁଆରଏଲ ଫୋନରେ ମିଳିଥାଏ, ତେବେ ସେହି ୟୁଆରଏଲ କ୍ଲିକ କରାଯିବା ଉଚିତ ନୁହେଁ।
ଯଦି ଫୋନରେ ୪ ଜି ରୁ ୫ ଜି ସିମକୁ ଅପଗ୍ରେଡ କରିବାକୁ ଏକ ଲିଙ୍କ ମିଳେ ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ଡିଲିଟ୍‌ କରିବା ଜରୁରୀ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।
ଅପଗ୍ରେଡ କରିବାକୁ ଉପଭୋକ୍ତାମାନଙ୍କୁ କୌଣସି ବାହ୍ୟ ଲିଙ୍କ ଉପରେ କ୍ଲିକ କରିବାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କର ଡିଭାଇସ ୫ ଜି ପାଇଁ ସକ୍ଷମ ଏବଂ ଆପଣଙ୍କର ଡିଭାଇସ ନିର୍ମାତାଙ୍କ ଦ୍ୱାରା ୫ ଜି ସଫ୍ଟୱେର୍‌ ଅପଡେଟ ଜାରି କରାଯାଇଛି, ତେବେ ଆପଣଙ୍କୁ କୌଣସି ଚଲିଙ୍କରେ କ୍ଲିକ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ଆପଣଙ୍କ ଅଞ୍ଚଳରେ ୫ ଜି ନେଟୱାର୍କ ଉପଲବ୍ଧ, ଆପଣ ନିକଟତମ ପଞ୍ଜୀକୃତ ଟେଲିକମ ଅପରେଟରଙ୍କଠାରୁ ଏନେଇ ଏକ ବାର୍ତ୍ତା ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri