Posted inଜାତୀୟ

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କିଏ କ୍ଷମତା ଦଖଲ କରିବ ସେ ନେଇ ବେଟିଂ ବଜାର ସରଗରମ ହେବାରେ ଲାଗିଛି।

ଉତ୍ତରପ୍ରଦେଶଠାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ପାର୍ଟି ଉପରେ ହଜାର ହଜାର କୋଟି ଟଙ୍କାର ବାଜି ଲଗାଯାଇଛି। ବୁକିମାନେ ଉତ୍ତରପ୍ରଦେଶରେ ଭାଜପାର ଆସନ ସଂଖ୍ୟା ମୂଲ୍ୟ ୨୩୩ରୁ ୨୩୫ ମଧ୍ୟରେ ଜାରି ରହିଛି। ଉତ୍ତରପ୍ରଦେଶରେ ଭାଜପା ୨୩୩ ରୁ କମ ସିଟ୍‌ରେ ଆସିବ ବୋଲି ନୋ ବେଟିଂ କରୁଥିବା ଲୋକଙ୍କୁ ଦ୍ୱିଗୁଣ ଟଙ୍କା ମିଳିବ। ସେହିପରି ୨୩୫ରେ ହଁ ବେଟିଂ ଲଗାଇଲେ ତାଙ୍କୁ ଦୁଇଗୁଣ ଟଙ୍କା ମିଳିବ।

ସେହିଭଳି ଏସପିର ଭାଲ୍ୟୁ ୧୨୪-୧୨୬, ବିଏସ୍‌ପି ପାଇଁ ୯-୧୦, କଂଗ୍ରେସ ପାଇଁ ୧-୨ ବେଟିଂ ଭାଲ୍ୟୁ ଚାଲିଛି। ଉତ୍ତରପ୍ରଦେଶ ପଛକୁ ବେଟିଂ ବଜାରରେ ସବୁଠାରୁ ଅଧିକ ଟଙ୍କା ପଞ୍ଜାବ ପାଇଁ ଖର୍ଚ୍ଚ ହୋଇଛି। ବେଟିଂ ବଜାର ଅନୁଯାୟୀ, ଏଠାରେ ସର୍ବାଧିକ ସୁଯୋଗ ଆମ ଆଦମୀ ପାର୍ଟି ସପକ୍ଷରେ ଯାଉଛି।

ପଞ୍ଜାବରେ ବୁକିମାନେ ଆମ ଆଦମୀ ପାର୍ଟି ପାଇଁ ୫୮-୬୦ ସିଟ, କଂଗ୍ରେସ ପାଇଁ ୩୦-୩୨ ସିଟ ଏବଂ ଅକାଳୀ ଦଳ ଲାଗି ୧୮-୨୦ ବିଧାନସଭା ଆସନ ଉପରେ ଅର୍ଥ ବିନିଯୋଗ କରୁଛନ୍ତି। ବୁକିଙ୍କ ଅନୁଯାୟୀ, ମତଦାନର ପ୍ରଥମ ପର୍ଯ୍ୟାୟ ପରେ, ଧାରା ଉପରେ ନିର୍ଭର କରି ମୂଲ୍ୟ ବି ବଦଳିପାରେ। ଏଥିସହିତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆକୁ ନେଇ ବେଟିଂ ବଜାରରେ କଳ୍ପନାଜଳ୍ପନାର ପରିବେଶ ଟିକେ ମାନ୍ଦା ରହିଛି। ସେଠାରେ ନିର୍ବାଚନରେ ଉଷ୍ଣତା ବଢ଼ିବା ସହିତ ବେଟିଂ ବଜାର ମଧ୍ୟ ପ୍ରଭାବିତ ହେବାର ଆଶା ରହିଛି।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରର ପାଞ୍ଚଟି ରାଜ୍ୟରେ ନିର୍ବାଚନ ପାଇଁ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବାକୁ ଯାଉଛି । ସାତଟି ପର୍ଯ୍ୟାୟରେ ମତଦାନ ପରେ ମାର୍ଚ୍ଚ ୧୦ ରେ ଅନ୍ତିମ ଫଳାଫଳ ପ୍ରକାଶ ପାଇବ।

୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି, ଯାହା ଜାତୀୟ ରାଜନୀତିରେ ସିଧାସଳଖ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ ମତ ପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri