ଆଶାଠାରୁ ଅଧିକ କାରବାର, ବଜାରରେ ଶୀତତାପ ସାମଗ୍ରୀ ଚାହିଦା ବୃଦ୍ଧି

୧୫ା୪: ଭୁବନେଶ୍ୱର,୧୫ା୪: (ଅଭୟ ଦାଶ): ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ବଜାରରେ ଶୀତତାପ ସାମଗ୍ରୀ ଯଥା ଏୟାର କଣ୍ଡିଶନର (ଏସି), କୁଲର, ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ବର୍ଗର ଫ୍ୟାନ କାରବାର ସହିତ ଚାହିଦା ମଧ୍ୟ ବୃଦ୍ଧି ଘଟିଛି। ବିଶେଷ କରି ତାପମାତ୍ରା ବୃଦ୍ଧି ସାଙ୍ଗକୁ ପାଗ ପରିବର୍ତ୍ତନ ଯୋଗୁ ବଜାରରେ ସିଜନ କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଛି।

ଉଲ୍ଲେଖଯୋଗ୍ୟ, ଘରୋଇ ବଜାର (ଭୁବନେଶ୍ୱର)ରେ ଏସି. କୁଲର, ଫ୍ୟାନର କାରବାର ଗତ କିଛି ସପ୍ତାହ ମଧ୍ୟରେ ଆଶାଠାରୁ ଅଧିକ କାରବାର କରିଛି। ଏପରିକି ଆଗକୁ ମଧ୍ୟ ଭଲ କାରବାର ହେବ ବୋଲି ଅଗ୍ରଣୀ ବୈଦ୍ୟୁତିକ ସାମଗ୍ରୀ ବିକ୍ରେତା ଯଥା ରାଜ ଇଲେକ୍ଟ୍ରୋନିକସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ, ପାତ୍ର ଇଲେକ୍ଟ୍ରୋନିକ୍‌ସ, ଭାରତ ଇଲେକ୍ଟ୍ରୋନିକସ, ରିଲାଏନ୍ସ ଡିଜିଟାଲ ସମେତ ଏଲଜି, ଭୋଲଟାସ, ପାନାସୋନିକ, ହାୟାର ଭଳି ଅଗ୍ରଣୀ କମ୍ପାନୀ ଆଉଟଲେଟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ବିଶେଷ କରି ଆର୍ଥିକ ବର୍ଷ ଶେଷ ଓ ନୂଆ ଦର ସୂଚୀ ପୂର୍ବରୁ ମଧ୍ୟ ଗ୍ରାହକ ସେମାନଙ୍କର ଆବଶ୍ୟକତା ଓ ଚାହିଦା ମୁତାବକ ଏସି ଓ କୁଲର କିଣିଥିବା ବେଳେ ବର୍ତ୍ତମାନ ମଧ୍ୟ ଗ୍ରାହକ ଏସି ଓ କୁଲର କ୍ରୟ କରୁଛନ୍ତି।

ଅପରପକ୍ଷରେ ତାପମାତ୍ରା ବୃଦ୍ଧି ପାଇଥିବାରୁ ଆଗକୁ ମଧ୍ୟ କାରବାରରେ ଅଭିବୃଦ୍ଧି ସହ ବଜାରରେ ମଧ୍ୟ ସିଜନ ଶେଷ ସୁଦ୍ଧା କାରବାର ପ୍ରାୟ ୧୨%ରୁ ୧୫% ବୃଦ୍ଧି ଘଟିବ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ତାପମାତ୍ରା ଅଧିକ ରହିଥିଲାବେଳେ ବଜାରରେ କମ୍ପାନୀଗୁଡିକର ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ସାମଗ୍ରୀ ସୁବିଧାରେ ମିଳୁଥିବାବେଳେ ଗ୍ରାହକଙ୍କ ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି। ଏପରିକି ଗତ ବର୍ଷର କାରବାରଠାରୁ ଚଳିତ ବର୍ଷ ବେଶ୍‌ ଉଚ୍ଚା ରହିବା ସହିତ କାରବାର ମଧ୍ୟ ଆଶାଠାରୁ ଅଧିକ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସେହିଭଳି ୨୦୨୪ ଏପ୍ରିଲ ପ୍ରଥମ ସପ୍ତାହରୁ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଥିଲାବେଳେ ଆଗକୁ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ନଜରରେ ରଖି ଆଶାୟୀ ଗ୍ରାହକମାନେ ମଧ୍ୟ ବଜାରରୁ ଏସି ଓ କୁଲର ଭଳି ପ୍ରମୁଖ ଶୀତତାପ ଉତ୍ପାଦ ସାଙ୍ଗକୁ ଫ୍ୟାନ ଓ ରେଫ୍ରିଜରେଟର ମଧ୍ୟ କ୍ରୟ କରୁଥିବା ବୈଦ୍ୟୁତିକ ସାମଗ୍ରୀ ବ୍ରିକେତା (ବ୍ୟବସାୟ) ମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri