ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ବିରୋଧରେ ଭାଜପା ନେତା ଏତଲା ଦାଏର କରିଥିଲେ। କାଭାରାଟ୍ଟି ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ) ଏବଂ ୧୫୩ ବି (ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ)ରେ ମାମଲା ରୁଜୁ କରିଛି। ଲାକ୍ଷାଦ୍ୱୀପର ଚେତିଆଥ୍‌ ଦ୍ୱୀପ ବାସିନ୍ଦା ଆଇଶା ଅନେକ ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଇଶା ମାଲୟାଲମ ଟିଭି ଚ୍ୟାନେଲ ବିତର୍କରେ ଭାଗନେଇ କହିଥିଲେ, ଲାକ୍ଷାଦ୍ୱୀପର ଲୋକମାନଙ୍କ ବିରୋଧରେ ଜୈବିକ ଅସ୍ତ୍ର ଭାବେ କୋଭିଡ୍‌-୧୯କୁ ନିୟୋଜିତ କରିବା ଲାଗି କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ବ୍ୟବହାର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଆଦୌ କୋଭିଡ୍‌ ମାମଲା ନ ଥିବାବେଳେ ଏବେ ଦୈନିକ ଶତାଧିକ ମାମଲା ଆସୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍‌କୁ ନେଇ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କ ବିରୋଧରେ ଭାଜପା ଲାକ୍ଷାଦ୍ୱୀପ ସଭାପତି ଅବଦୁଲ ଖାଦେର ଏତଲା ଦାଏର କରିବା ପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଏହି ଖବର ପ୍ରକାଶ ପାଇବା ପରେ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶଦ୍ରୋହ ଏବଂ ୟୁଏପିଏ ଭଳି ପୁରୁଣାକାଳିଆ କଠୋର ଆଇନକୁ ଉଚ୍ଛେଦ କରାଯାଉ ବୋଲି କେତେଜଣ ମତ ଦେଇଥିବାବେଳେ ଲୋକମାନଙ୍କୁ ମାରିବା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଅଧିକ ତଥ୍ୟ ସହ ଆଣିବା ଆବଶ୍ୟକ ବୋଲି ଅନ୍ୟମାନେ କହିଛନ୍ତି। ଭିନ୍ନମତକୁ ଚାପିଦିଆଯାଇପାରିବ ନାହିଁ ବୋଲି କେତେଜଣ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଇଶା ସୁଲ୍‌ତାନା ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ କଠୋର ନିୟମାବଳୀକୁ ବିରୋଧ କରିବା ସହ ଲୋକଙ୍କ ଅଧିକାର ଉପରେ କହିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri