ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ବିପିଏମ ଶାନ୍ତନୁ କୁମାର ସାହୁ, ଏବିଇଓ ମୁଳୁନ୍ଦ ବଳିୟାର ସିଂ, ଜାଗୃତିର କାର୍ଯ୍ୟକ୍ରମ ପରିଚାଳକ ସଦାନନ୍ଦ ସିଂ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ମଞ୍ଚାସିନ ରହିଥିଲେ ।
ବିଶେଷ କରି ଶିଶୁ କନ୍ୟା ଠାରୁ ନାବାଳିକା ପର୍ଯ୍ୟନ୍ତ ଝିଅଙ୍କ ଯତ୍ନ ନେବା ସହ ସେମାନଙ୍କୁ ସାମାଜିକ ସୁରକ୍ଷା କିଭଳି ପ୍ରଦାନ କରାଯିବ, ସେମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦିଆଯିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ସମସ୍ତ ଝିଅଙ୍କୁ ଶିକ୍ଷାପ୍ରଦାନ ପାଇଁ ପରିବାର କିଭଳି ଅବହେଳା କରିବେନେ ସେଥିପ୍ରତି ମଧ୍ୟ ଆଲୋଚନା କରାଯାଇଥିଲା । ଝିଅ ମଧ୍ୟ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସଠିକ ସମୟରେ ସମସ୍ତ ଶିକ୍ଷା ପ୍ରଦାନ ଓ ସାମାଜିକ ନିର୍ଯାତନାରୁ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପଟେ ବାଲ୍ୟ ବିବାହ ରୋକିବା ଓ ସେମାନଙ୍କୁ ଏଦିଗରେ ସଚେତନ କରାଇବା ସହ ଅଭିଭାବକମାନେ ମଧ୍ୟ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।