ଭାଗ୍ୟ ବଦଳାଇବ ପାନ, ପୂଜାରେ ଏଭଳି କରନ୍ତୁ ବ୍ୟବହାର…

ହିନ୍ଦୁ ଧର୍ମରେ ଦେବୀଦେବତାମାନଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟ ଲାଗି ପାନର ବ୍ୟବହାର ଶୁଭ ବୋଲି କୁହାଯାଏ। ପୂଜାରେ ସମସ୍ତ ପ୍ରକାର ଭୋଗ ସହ ପାନ ଚଢ଼ାଇବା ଦ୍ୱାରା ଦେବତା ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି। ତେବେ ପାନର ବ୍ୟବହାର କେବଳ ପୂଜା ପାଇଁ ନୁହେଁ ବରଂ ଜ୍ୟୋତିଷ ଉପାୟ ଲାଗି ମଧ୍ୟ ହୋଇଥାଏ। ବୁଧବାର ଦିନ ଯଦି କେହି ପାନର ଜ୍ୟୋତିଷ ଉପାୟରେ ବ୍ୟବହାର କରେ ତେବେ ଜୀବନରେ ତାର ସଫଳତା ପାଦ ଚୁମେ।

-ହିନ୍ଦୁ ମାନ୍ୟତା ଅନୁଯାୟୀ ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ପୂଜାରେ ପାନର ବ୍ୟବହାର କରିବା ଉଚିତ। ଦେବୀଙ୍କଠାରୁ ଧନଧାନ୍ୟର ଆଶୀର୍ବାଦ ପାଇବା ଲାଗି ନବରାତ୍ରୀର ୯ ଦିନରୁ କୌଣସି ଗୋଟିଏ ଦିନ ଗୋଟିଏ ପାନରେ କିଛି ଗୋଲାପ ପାଖୁଡ଼ା ରଖି ସମର୍ପଣ କରନ୍ତୁ।

-ଯଦି ଜୀବନରେ କୌଣସି ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ବୁଧବାର ଦିନ ପାନ ପତ୍ରରେ କିଛି ଲବଙ୍ଗ ରଖି ବହୁଥିବା ସ୍ରୋତରେ ପ୍ରବାହିତ କରିଦିଅନ୍ତୁ। ମାନ୍ୟତାନୁଯାୟୀ ପାନର ପତ୍ର ସହ ଆପଣଙ୍କ ସମସ୍ୟାଗୁଡ଼ିକ ମଧ୍ୟ ବହିଯିବ।

-ଯଦି ସର୍ବଦା କୌଣସି ଅଜଣା ଶତ୍ରୁର ଭୟ ଥାଏ ଅଥବା ଜୀବନରେ କୌଣସି କ୍ଷେତ୍ରରେ ବାଧା କାରଣରୁ କାମ ଅଟକିଥାଏ ତେବେ ସଙ୍କଟମୋଚନ ହନୁମାନଙ୍କ ପୂଜାରେ ମିଠା ପାନ ବ୍ୟବହାର କରିବା ଉଚିତ। ଏହା ପ୍ରଭୁଙ୍କ ନିକଟରେ ସମର୍ପଣ କରିବା ପରେ ସେ ପ୍ରସନ୍ନ ହେବା ସହ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି।

-ହିନ୍ଦୁ ମାନ୍ୟତା ଅନୁଯାୟୀ ପ୍ରଭୁ ଗଣେଶ ଶୁଭ ଏବଂ ଲାଭର ଦେବତା। ତାଙ୍କର ଆଶୀର୍ବାଦ ଥିଲେ ସମସ୍ତ କାର୍ଯ୍ୟ ବିନା ବାଧାରେ ସମ୍ପନ୍ନ ହୋଇଥାଏ। ଯଦି କୌଣସି କାର୍ଯ୍ୟକୁ ବିନା କୌଣସି ବାଧାରେ ପୂରଣ କରିବାକୁ ଚାହାନ୍ତି ତେବେ ବୁଧବାର ଦିନ ଗଣେଶଙ୍କ ପୂଜାରେ ୧୧ ପାନରେ ଗୁଜୁରାତି ଏବଂ ମିଠା ମସଲା ବ୍ୟବହାର କରନ୍ତୁ। ଏହି ଉପାୟ ଦ୍ୱାରା ବ୍ୟକ୍ତିର ସମସ୍ତ କାର୍ଯ୍ୟ ପୂରଣ ହୋଇଥାଏ ବୋଲି କୁହାଯାଏ।