ସରକାରୀ ଯୋଜନାଠାରୁ ବହୁ ଦୂରରେ ବେତାଗଣ୍ଡା ଗାଁ

ଆର.ଉଦୟଗିରି,୧୧ା୫(ଡି.ଏନ.ଏ.): ମୋହନା ବ୍ଲକ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ। ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍‌ ନିକଟ ପଣସଡିହ ଗ୍ରାମଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଦେଇ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚି ବାକୁ ହୁଏ ବେତାଗଣ୍ଡା ଗାଁରେ। ଏହି ଗାଁରେ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାରର ୧୫୦ରୁ ଊଦ୍ଧର୍‌ବ ଜନସାଧାରଣ ଚାଷ ବେଉସା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଏହି ଗାଁ ପ୍ରତି ସରକାରଙ୍କ ନଜର ନାହିଁ। ଫଳରେ ଆଜି ବି ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନି। ଏହି ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ବଜାର, ଶିକ୍ଷା, ସ୍ବାସ୍ଥ୍ୟ ସେବା ତଥା ସରକାରୀ ବେସରକାରୀ କାମରେ ମୋହନା ଯିବା ଆସିବା କରନ୍ତି। କିନ୍ତୁ ଭୋଗନ୍ତି ଅନେକ ଯନ୍ତ୍ରଣା। ରାସ୍ତା ତ ସବୁଠାରୁ ବଡ଼ ସମସ୍ୟା ଥିବା ବେଳେ ଗାଁରେ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ କି ଆଜି ବି ଏମିତି ଝାଟିମାଟି ଘରେ ବସବାସ କରନ୍ତି। କିନ୍ତୁ ଆବାସ ଗୃହ ଏମାନଙ୍କ ପାଇଁ ଯେମିତି ସାତସପନ। ସମସ୍ୟା ନେଇ ସରକାରଙ୍କୁ ଅନେକଥର ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ। ସରକାରଙ୍କ ଏହି ଗାଁ ପ୍ରତି ଆନ୍ତରିକତାର ଅଭାବ ଯୋଗୁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ପାହାଡ ତଳେ ପଥର କୋରଡରୁ ନିର୍ଗତ ହେଉଥିବା ଝରଣା ପାଣିକୁ ପାଇପ ଯୋଗେ ନିଆଯାଇଛି ଗାଁ ନିକଟକୁ। ଝରଣା ପାଣି ତ ଦେଖିବା ପାଇଁ ସ୍ବଚ୍ଛ। ହେଲେ ଖୋଲା ଝରଣାରେ କ’ଣ ମିଶୁଛି ସେମାନେ ଜାଣନ୍ତି ନାହିଁ। କିନ୍ତୁ ଆଜି ବି ଗ୍ରାମବାସୀଙ୍କ ପାଇଁ ସାହାଭରସା ଏହି ପଥର କୋରଡରୁ ବାହାରୁଥିବା ଝରଣା ପାଣି। ଏହି ଝରଣା ପାଣି ମେଣ୍ଟାଇଥାଏ ଗ୍ରାମବାସୀଙ୍କ ଶୋଷ। ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ଥିବା ସହ କାଗଜକଲମରେ ପ୍ରାୟ ୨୦ ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟଟି ଭାଙ୍ଗିରୁଜି ଯାଇଥିବା ବେଳେ ଲଟାବୁଦା ମାଡିଗଲାଣି। ହେଲେ ଏହାର ଅବସ୍ଥା ବି ଜରାଜୀର୍ଣ୍ଣ ହୋଇଗଲାଣି। ତେବେ ଗାଁର ଅନେକ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri