ସରକାରୀ ଯୋଜନାଠାରୁ ବହୁ ଦୂରରେ ବେତାଗଣ୍ଡା ଗାଁ

ଆର.ଉଦୟଗିରି,୧୧ା୫(ଡି.ଏନ.ଏ.): ମୋହନା ବ୍ଲକ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ। ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍‌ ନିକଟ ପଣସଡିହ ଗ୍ରାମଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଦେଇ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚି ବାକୁ ହୁଏ ବେତାଗଣ୍ଡା ଗାଁରେ। ଏହି ଗାଁରେ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାରର ୧୫୦ରୁ ଊଦ୍ଧର୍‌ବ ଜନସାଧାରଣ ଚାଷ ବେଉସା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଏହି ଗାଁ ପ୍ରତି ସରକାରଙ୍କ ନଜର ନାହିଁ। ଫଳରେ ଆଜି ବି ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନି। ଏହି ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ବଜାର, ଶିକ୍ଷା, ସ୍ବାସ୍ଥ୍ୟ ସେବା ତଥା ସରକାରୀ ବେସରକାରୀ କାମରେ ମୋହନା ଯିବା ଆସିବା କରନ୍ତି। କିନ୍ତୁ ଭୋଗନ୍ତି ଅନେକ ଯନ୍ତ୍ରଣା। ରାସ୍ତା ତ ସବୁଠାରୁ ବଡ଼ ସମସ୍ୟା ଥିବା ବେଳେ ଗାଁରେ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ କି ଆଜି ବି ଏମିତି ଝାଟିମାଟି ଘରେ ବସବାସ କରନ୍ତି। କିନ୍ତୁ ଆବାସ ଗୃହ ଏମାନଙ୍କ ପାଇଁ ଯେମିତି ସାତସପନ। ସମସ୍ୟା ନେଇ ସରକାରଙ୍କୁ ଅନେକଥର ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ। ସରକାରଙ୍କ ଏହି ଗାଁ ପ୍ରତି ଆନ୍ତରିକତାର ଅଭାବ ଯୋଗୁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ପାହାଡ ତଳେ ପଥର କୋରଡରୁ ନିର୍ଗତ ହେଉଥିବା ଝରଣା ପାଣିକୁ ପାଇପ ଯୋଗେ ନିଆଯାଇଛି ଗାଁ ନିକଟକୁ। ଝରଣା ପାଣି ତ ଦେଖିବା ପାଇଁ ସ୍ବଚ୍ଛ। ହେଲେ ଖୋଲା ଝରଣାରେ କ’ଣ ମିଶୁଛି ସେମାନେ ଜାଣନ୍ତି ନାହିଁ। କିନ୍ତୁ ଆଜି ବି ଗ୍ରାମବାସୀଙ୍କ ପାଇଁ ସାହାଭରସା ଏହି ପଥର କୋରଡରୁ ବାହାରୁଥିବା ଝରଣା ପାଣି। ଏହି ଝରଣା ପାଣି ମେଣ୍ଟାଇଥାଏ ଗ୍ରାମବାସୀଙ୍କ ଶୋଷ। ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ଥିବା ସହ କାଗଜକଲମରେ ପ୍ରାୟ ୨୦ ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟଟି ଭାଙ୍ଗିରୁଜି ଯାଇଥିବା ବେଳେ ଲଟାବୁଦା ମାଡିଗଲାଣି। ହେଲେ ଏହାର ଅବସ୍ଥା ବି ଜରାଜୀର୍ଣ୍ଣ ହୋଇଗଲାଣି। ତେବେ ଗାଁର ଅନେକ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri