ଜେଏସ୍‌ପିକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର

ଭୁବନେଶ୍ୱର,୨୬।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) କୁ ନିକଟରେ ଆଉ ଏକ ସ୍ବୀକୃତି ତଥା ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି ଉନ୍ନତ କର୍ମକ୍ଷେତ୍ରର ସଂସ୍କୃତି ପାଇଁ ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇର ଅବଧି ପର୍ଯ୍ୟନ୍ତ ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ (ଜିପିଟିଡବ୍ଲ୍ୟୁ)ର ପ୍ରମାଣପତ୍ର ଦିଆଯାଇଛି। ଏପରିକି ଏହି ପ୍ରମାଣପତ୍ର ପ୍ରଦାନ କରୁଥିବା ସଂସ୍ଥା ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ’ର ବିଶ୍ୱବ୍ୟାପୀ ସୁନାମ ରହିଛି। ତେଣୁ ଏହି ପ୍ରମାଣପତ୍ର ଗ୍ରହଣ କରିବାକୁ ଏକ ଗୌରବର ବିଷୟ ବୋଲି ବିବେଚନା କରାଯାଏ। ଯେପରି ପ୍ରତ୍ୟେକ କର୍ମଚାରୀ ଆଗକୁ ବଢ଼ିପାରିବେ। ସେହିଭଳି କମ୍ପାନୀର ଅଭିବୃଦ୍ଧିରେ ଏହା ଏକ ସକାରାତ୍ମକ ପ୍ରଭାବ ପକାଇବା ସହ ଯୋଗଦାନ କରିବ। ଏପରିକି ସବୁ ସ୍ତର ଓ ବର୍ଗର କର୍ମଚାରୀମାନଙ୍କୁ ଏହା ଅନୁପ୍ରାଣିତ କରାଇବ। ସେହିପରି ଏକ ଉନ୍ନତ କାର୍ଯ୍ୟ କ୍ଷେତ୍ର ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସ୍‌ପିର ଅଦମ୍ୟ ପ୍ରତିବଦ୍ଧତାର ଏକ ସ୍ବୀକୃତି ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଜେଏସ୍‌ପିର ଚେୟାରମ୍ୟାନ ନବୀନ ଜିନ୍ଦଲ କହିଛନ୍ତି, ଆମ ଲୋକମାନଙ୍କର ନିଷ୍ଠା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇପାରିଛି। ଏପରିକି ମୁଁ ଦୃଢ ଭାବେ ବିଶ୍ବାସ କରୁଛି ଯେ ଜେଏସ୍‌ପିର ଦୀର୍ଘମିଆଦୀ ଦୂରଦୃଷ୍ଟିର ଏହା ଏକ ଅଂଶ ହୋଇଥିବାବେଳେ ମୂଳ କେନ୍ଦ୍ରରେ ଲୋକମାନଙ୍କୁ ରଖି ଏବଂ ସମସ୍ତଙ୍କ ପାଇଁ ଏକ ସ୍ବପ୍ନର କର୍ମକ୍ଷେତ୍ର ସୃଷ୍ଟି କରିବା ଦ୍ୱାରା ଆମେ ଆମର ବ୍ୟବସାୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ସହିତ ଦେଶର ଉନ୍ନତ ଭବିଷ୍ୟତ ନିର୍ମାଣରେ ମଧ୍ୟ ଯୋଗଦାନ କରିପାରିବୁ। ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କର ପ୍ରମାଣପତ୍ର ହାସଲ କରିବା ଜେଏସ୍‌ପି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ଯାହା ଏହାର କର୍ମଚାରୀମାନଙ୍କୁ ସଶକ୍ତ କରିଥାଏ ଏବଂ ନୂତନତା, ଅଭିବୃଦ୍ଧି ଏବଂ ସଫଳତାକୁ ପ୍ରୋତ୍ସାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri