ବାଲୁକାକଳାରେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ପୁରୀ ଅଫିସ,୨୧।୭: ଭାରତର ୧୫ତମ ରାଷ୍ଟ୍ରପତି ହେଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ମୁର୍ମୁଙ୍କ ମହାବିଜୟ ହୋଇଥିବା ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ ମୁର୍ମୁଙ୍କୁ ଲୋକଙ୍କ ରାଷ୍ଟ୍ରପତି ଭାବେ ସମ୍ବୋଧନ କରିଛନ୍ତି ।
ଅନ୍ୟପଟେ, ମୁର୍ମୁଙ୍କ ବିଜୟକୁ ନେଇ ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ମୁର୍ମୁଙ୍କ ଜନ୍ମଭୂମୀ ମୟୂରଭଞ୍ଜରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇ ଖୁସିର ମୁହୂର୍ତ୍ତକୁ ପାଳନ କରାଯାଉଛି ।