Posted inଖେଳ

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ ପାଇ ନାହାଁନ୍ତି। ଏହି ଦଳର ଅଧିନାୟକ ଭାବେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ନିଯୁକ୍ତ କରାଯାଇଛି। ଏହି ଦଳ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ମନୋନୀତ ହୋଇଛି।
ପ୍ରତିବର୍ଷ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରତ୍ୟେକ ଫର୍ମାଟରେ ଶ୍ରେଷ୍ଠ ଦଳ ଚୟନ କରେ। ଏଥିରେ ସମଗ୍ର ବିଶ୍ୱରୁ ୧୧ଜଣ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ଖେଳାଳିଙ୍କୁ ମନୋନୀତ କରାଯାଇଛି । ବର୍ତ୍ତମାନ ଘୋଷଣା ହୋଇଥିବା ଦଳ ଆଇସିସି ଦ୍ୱାରା ମନୋନୀତ ହୋଇନାହିଁ, ବରଂ ଏହା କ୍ରିକେଟ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଟେଷ୍ଟ ଇଲେଭେନ ଅଟେ।

କ୍ରିକେଟ ଅଷ୍ଟ୍ରେଲିଆ ଭାରତରୁ ଦୁଇ ଖେଳାଳି, ଶ୍ରୀଲଙ୍କାରୁ ଜଣେ, ଇଂଲଣ୍ଡରୁ ତିନି ଜଣ, ଦକ୍ଷିଣ ଆଫ୍ରିକାରୁ ଜଣେ, ନ୍ୟୁଜିଲାଣ୍ଡରୁ ଦୁଇ ଜଣ ଏବଂ ଅଷ୍ଟ୍ରେଲିଆର ଦୁଇ ଜଣ ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ଚୟନ କରିଛନ୍ତି। ପାକିସ୍ତାନର କୌଣସି ଖେଳାଳି ଏହି ଦଳରେ ସାମିଲ ହୋଇନାହାନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଦଳରେ ଭାରତର ଯଶସ୍ବୀ ଜଶସ୍ବୀ ଏବଂ ଇଂଲଣ୍ଡର ବେନ ଡକେଟ ଓପନର୍‌ ଭାବରେ ମନୋନୀତ ହୋଇଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ ତିନି ନମ୍ବରରେ ଅଛି। ଏହା ପରେ ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଚତୁର୍ଥ ସ୍ଥାନରେ ଏବଂ ଇଂଲଣ୍ଡର ହ୍ୟାରି ବ୍ରୁକ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ଷଷ୍ଠ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଆଲେକ୍ସ କେରେ ଉଇକେଟ କିପର ହୋଇଛନ୍ତି। ଦ୍ରୁତ ବୋଲିଂରେ ନ୍ୟୁଜିଲାଣ୍ଡର ମ୍ୟାଚ ହେନେରୀ, ଭାରତର ଜସପ୍ରିତ ବୁମ୍‌ରା ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ ଅଛନ୍ତି। ସ୍ପିନର ହେଉଛନ୍ତି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ।

ସମସ୍ତେ ଟେଷ୍ଟ କ୍ରିକେଟ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେବେ ଅଷ୍ଟ୍ରେଲିଆର ବର୍ତ୍ତମାନର ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ ମଧ୍ୟ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ଏହି ଦଳରେ ମନୋନୀତ ହୋଇନାହାଁନ୍ତି।
୨୦୨୪ର କ୍ରିକେଟ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଏକାଦଶ – ଯଶସ୍ବୀ ଜଶସ୍ବୀ , ବେନ ଡକେଟ, ଜୋ ରୁଟ, ରାଚିନ ରବିନ୍ଦ୍ର, ହ୍ୟାରି ବ୍ରୁକ, କାମିଣ୍ଡୁ ମେଣ୍ଡିସ, ଆଲେକ୍ସ କେରି (ଉଇକେଟ କିପର), ମ୍ୟାଟ ହେନେରୀ, ଜସପ୍ରୀତ ବୁମ୍‌ରା (ଅଧିନାୟକ), ଜୋଶ ହାଜଲେଉଡ ଏବଂ କେଶବ ମହାରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri