ଏଏସ୍‌ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ

ଭୁବନେଶ୍ୱର,୧୬।୧୦: ଆଦାନୀ ଫାଉଣ୍ଡେଶନର ପ୍ରମୁଖ ସଂସ୍ଥା ଆଦାନୀ ସ୍କିଲ୍‌ ଡେଭେଲପମେଣ୍ଟ ସେଣ୍ଟର(ଏଏସ୍‌ଡିସି)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ-ଟାଟା କମ୍ୟୁନିକେଶନ୍ସ ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏଏସ୍‌ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ ଦିଆଯାଇଛି। ବିଶେଷକରି ଏଏସ୍‌ଡିସି ତା’ର ସକ୍ଷମ କାର୍ଯ୍ୟକ୍ରମ ଜରିଆରେ ନବସୃଜନର ଉତ୍କର୍ଷ ଆଣିବା ଲାଗି ସେଣ୍ଟରର ପ୍ରତିବଦ୍ଧତାର ଏହି ପୁରସ୍କାର ହେଉଛି ପ୍ରମାଣ। ଉକ୍ତ ପ୍ରକଳ୍ପରେ ୱେଲଡର, ଇଲେକ୍ଟ୍ରିସିଆନ, ଭାରିଯାନ ଚାଳକ, କ୍ରେନ ଅପରେଟର ଆଦିଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ସିମୁଲେଟର କେନ୍ଦ୍ରରେ ଅଗମେଣ୍ଟେଡ ରିଅଲିଟି (ଏଆର୍‌), ଭର୍ଚୁଆଲ ରିଅଲିଟି (ଭିଆର୍‌) ଓ ମିକ୍ସଡ ରିଅଲିଟି (ଏମ୍‌ଆର୍‌) ପ୍ରଯୁକ୍ତି ଆଦି ସାମିଲ ରହିଛି।
ଏ ସମ୍ପର୍କରେ ଏଏସ୍‌ଡିସିର ସିଓଓ ଯତୀନ ତ୍ରିବେଦୀ କହିଛନ୍ତି, ଏଭଳି ଏକ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଆମେ ବେଶ୍‌ ଉତ୍ସାହିତ । ପ୍ରଯୁକ୍ତିର ବ୍ୟବହାର ଜରିଆରେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ପ୍ରସାର କରିବା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଏକ ରୂପାନ୍ତରିତ ଶିକ୍ଷାଗତ ଅଭିଜ୍ଞତା ସୃଷ୍ଟି କରିବାରେ ଏହା ବେଶ୍‌ ସହାୟକ ହୋଇଥିବା ବେଳେ ବିଭିନ୍ନ ଶିଳ୍ପରେ ଦକ୍ଷତା ଅନ୍ତରକୁ ଦୂର କରୁଛି, ଦକ୍ଷତା ବିକାଶ ଜରିଆରେ ଜୀବନକୁ ସମୃଦ୍ଧ କରିବାର ଲକ୍ଷ୍ୟ ପ୍ରତି ଆମେ ସଂକଳ୍ପବଦ୍ଧ ରହିଛୁ। ବିଶ୍ୱର ପ୍ରଥମ ସଂସ୍ଥା ଭାବେ ମେଟାଭର୍ସରେ ଦକ୍ଷତା କେନ୍ଦ୍ର ସ୍ଥାପନ କରିବାର ମାନ୍ୟତା ଏଏସଡିସି ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri