ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର

ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ନୂଆଦିଲ୍ଲୀସ୍ଥିତ ହ୍ୟାଟ୍‌ ରିଜେନ୍ସିଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଓପିଜିସିର ନିର୍ଦ୍ଦେଶକ (ପରିଚାଳନା) ମାନସ ରଞ୍ଜନ ରାଉତ ଉକ୍ତ ପୁରସ୍କାର ଅତିଥିଙ୍କଠାରୁ ଗ୍ରହଣ କରିଥିଲେ। ବିଶେଷକରି ଟାଇମ୍ସ ଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ହେଉଛି ଏକ ଗୌରବମୟ ପୁରସ୍କାର। ସେହିଭଳି ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ତଥା ଆର୍ଥତ୍କ ପ୍ରଦର୍ଶନ ଦ୍ୱାରା ଗତ ୨ବର୍ଷ ମଧ୍ୟରେ ଓପିଜିସି ଅନେକ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି। ଏହାକୁ ଦୃଷ୍ଟିରେ ରଖି ବିଚାରକମଣ୍ଡଳୀ ଚଳିତ ବର୍ଷ ପାଇଁ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ଶକ୍ତି ଉପତ୍ାଦନକାରୀ ସଂସ୍ଥା ମଧ୍ୟରେ ଓପିଜିସିକୁ ଚୟନ କରିଥିଲେ। ଏପରିକି ଆର୍ଥତ୍କ ପରିଚାଳନା ଏବଂ ମୂଲ୍ୟ ଅନୁକୂଳତମ ପଦକ୍ଷେପ ଦ୍ୱାରା ୨୦୨୨-୨୩ ଆର୍ଥତ୍କ ବର୍ଷରେ ଓପିଜିସି ସର୍ବୋଚ୍ଚ ୪୮% ଲାଭ ହାସଲ କରିଥିବାବେଳେ ଉନ୍ନତ ପ୍ଲାଣ୍ଟଲୋଡ୍‌ ଫ୍ୟାକ୍ଟର (ପିଏଲ୍‌ଏଫ୍‌), ସ୍ବଳ୍ପ ପରିଚାଳନା ମୂଲ୍ୟ, ଚୂଡ଼ାନ୍ତ ଟାରିଫ୍‌ ମୂଲ୍ୟ ଦ୍ୱାରା ଗତ ୩ଟି ଆର୍ଥିକ ବର୍ଷରେ କ୍ଷତି ସହି ଆସୁଥିବା କମ୍ପାନୀ ୧୧୨୬ କୋଟି ଟଙ୍କା ଲାଭ କରିଛି। ଏତଦ୍‌ବ୍ୟତୀତ ପିଏଲ୍‌ଏଫ୍‌ର ବ୍ୟବହାର ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଉପରେ ଗୁରୁତ୍ୱ ଯୋଗୁ କମ୍ପାନୀରେ ଏକ ସୁଦୃଢ଼ ଆର୍ଥିକ ଭିତ୍ତିଭୂମିର ବିକାଶ ହୋଇପାରିଛି। ଅପରପକ୍ଷରେ ଅନ୍ୟ ଏକ ପୁରସ୍କାର ବର୍ଗରେ କମ୍ପାନୀର ସକାରାମତ୍କ ପ୍ରଭାବ ପକାଉଥିବା ତଥା ବ୍ୟବସାୟିକ ନେତୃତ୍ୱ ନେଉଥିବା କର୍ମଚାରୀ ଭାବେ ମାନସ ରଞ୍ଜନ ରାଉତଙ୍କୁ ୨୦୨୩ ବର୍ଷର ମୁଖ୍ୟ ପରିଚାଳନା (ଶକ୍ତି କ୍ଷେତ୍ର) ପାଇଁ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?