‘ଦମନ’, ‘ଶେଷରାତି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ପୁରୀ ଅଫିସ,୯ା୧: ଓଡ଼ିଶାର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ରବିବାର ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଓଡ଼ିଶାର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ନାଲ୍‌କୋର ବାଣିଜ୍ୟ ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ, ପୁରୀ ସଦର ଚିକିତ୍ସାଳୟର ଯୁଗ୍ମ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଶୁଭେନ୍ଦୁ କୁମାର ମହାନ୍ତି, ପୁରୀର ପୂର୍ବତନ ଜିଲାପାଳ ପଦ୍ମନାଭ ସାମଲ ପ୍ରମୁଖ ଯୋଗଦେଇ ସମାଜର ବିଭିନ୍ନ ବର୍ଗର କୃତୀ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ‘ଚଳଚ୍ଚିତ୍ର ଜଗତ’ର ଉପଦେଷ୍ଟା ପ୍ରଫେସର ଡାକ୍ତର ଶକ୍ତି ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ। ସହସମ୍ପାଦକ ସ୍ଥିତପ୍ରଜ୍ଞ ରାଉତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଦିବଂଗତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା ପରେ ସହସମ୍ପାଦକ ବିଜୟ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଆଦିକନ୍ଦ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ରଞ୍ଜନ ରାଉତ, ରଞ୍ଜିତ ଚୌଧୁରୀ, ମୋହନ ସେଠୀ, ରସାନନ୍ଦ ସାହୁ, ଧୀରେନ୍ଦ୍ର ସାହୁ, ଶାରଦା ସାହୁ, ଗୁରୁପ୍ରସାଦ ରାଉତ ଉତ୍ସବ ପରିଚାଳନା କରିଥିଲେ। ୨୦୨୨ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓ ବିଭିନ୍ନ ଚ୍ୟାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ମଧ୍ୟରୁ ୩୦ଟି ବିଭାଗରୁ କୃତୀ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୬ ବ୍ୟକ୍ତି ବିଶେଷଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ସ୍ବତନ୍ତ୍ର ସମ୍ମାନରେ ନିରୁପମା ସ୍ବାଇଁଙ୍କୁ ଅନ୍ନପୂର୍ଣ୍ଣା ଦ୍ୱିବେଦୀ ସ୍ମାରକୀ ସାହିତ୍ୟ ସମ୍ମାନ, ଶିଳ୍ପୋଦ୍ୟୋଗୀ ସ୍ବତନ୍ତ୍ର ସମ୍ମାନ ମଧୁସୂଦନ ସିଂହାରୀ, ଶମ୍ଭୁନାଥ ଖୁଣ୍ଟିଆ ସ୍ବତନ୍ତ୍ର ସମ୍ମାନ, ନବ କିଶୋର ଦାସ ଚଳଚ୍ଚିତ୍ର ଫ୍ଲାଗ୍‌, ଅନୁପମ ପଟ୍ଟନାୟକ ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ସ୍ବତନ୍ତ୍ର ସମ୍ମାନ, ଲୋକନାଥ ଲେଙ୍କାଙ୍କୁ ସୀତା ଦେବୀ ସ୍ମାରକୀ ଅପେରା କଳାକାର ସମ୍ମାନ, ଶକ୍ତି ସିନେମା ପ୍ରୋପ୍ରାଇଟର କେ. ହାଡୁ ସୁବୁଦ୍ଧି ଆଶୁତୋଷ ମହାପାତ୍ର ସ୍ମାରକୀ ପ୍ରେକ୍ଷାଳୟ ସମ୍ମାନ, ସଙ୍ଗୀତ ନିଦ୍ଦେର୍ର୍ଶକ ଓ ତବଲା ବାଦକ ଆଲୋକ କୁମାର ମହାପାତ୍ରଙ୍କୁ ସତ୍ୟନାରାୟଣ ଅଗ୍ରୱାଲ ସ୍ମାରକୀ ସମ୍ମାନ, ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ, କୃଷି ବୈଜ୍ଞାନିକ ଭାବେ ସିଫା ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କୁ ସ୍ବତନ୍ତ୍ର ସମ୍ମାନ, ଚିକିତ୍ସକ ଭାବେ ପ୍ରଫେସର ଘନଶ୍ୟାମ ବିଶ୍ୱାସ ଓ ପ୍ରଫେସର ଜ୍ୟୋତି ରଞ୍ଜନ ପରିଡ଼ା, ଅଭିନେତା ଓ ନିର୍ଦ୍ଦେଶକ ନବ କିଶୋର ଆଚାର୍ଯ୍ୟଙ୍କୁ ଭୀମ ସିଂ ସ୍ମାରକୀ ସମ୍ମାନ, ଏବଂ ଶ୍ରୀନିବାସ ମହାପାତ୍ରଙ୍କୁ ନିତାଇ ପାଲିତ ପୁରସ୍କାର ଏବଂ ସମାଜସେବୀ ଯଜ୍ଞାଶିଷ ମହାପାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ପ୍ରତିଭା ସମ୍ମାନରେ ୩୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଲିପାକ୍ସି ଦାସଙ୍କୁ ବଟକୃଷ୍ଣ ନାୟକ ଶିଶୁ ପ୍ରତିଭା ସମ୍ମାନ (ମହାବାହୁ ଚଳଚ୍ଚିତ୍ର), ଶ୍ରେଷ୍ଠ କାହାଣୀକାର ଭାବେ ରଞ୍ଜନ କୁମାର ଦାସ (ମାୟାଦର୍ପଣ), ପ୍ରିୟନାଥ ସୁବୁଦ୍ଧି ପ୍ରତିଭା ସମ୍ମାନ ଶ୍ରେଷ୍ଠ ନବଗତ ନାୟକ ଲୁବୁନ୍‌ ସେନ (କହିବିନି ଆଇ ଲଭ୍‌ ୟୁ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ ଅଭିନେତ୍ରୀ ଭାବେ ଶୁସିଲ ମିଶ୍ର, ରବି ମିଶ୍ର, ମନସ୍ବିନୀ ଟାକ୍ରି, ଐଶ୍ୱର୍ଯ୍ୟା ବେହେରାଙ୍କୁ ଯଥାକ୍ରମେ ପ୍ରତୀକ୍ଷା, ତୃଷ୍ଣା, ଦମନ ଏବଂ ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପାଇଁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ସଂଳାପକାର ଭାବେ ଶରଣାରବିନ୍ଦ ଓଝା (ମହାବାହୁ), ଶ୍ରେଷ୍ଠ ଅଭିନେତା ଜୀବନ ପଣ୍ଡା (ମାୟାଦର୍ପଣ), ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ସ୍ମିତା ମହାନ୍ତି (ବାଳୀ), ଶ୍ରେଷ୍ଠ ଚିତ୍ରୋତ୍ତୋନଳକାରୀ ଧ୍ରୁବାନନ୍ଦ ପଣ୍ଡା(ମାୟାବୀ) ସ୍ବତନ୍ତ୍ର ଜୁରୀ ପୁରସ୍କାର ପ୍ରତିଭା ପଣ୍ଡା (ମାୟାଦର୍ପଣ), ଶ୍ରେଷ୍ଠ ଚଳଚ୍ଚିତ୍ର (ପପୁରାଲ) ଦମନ ପାଇଁ ଦୀପେନ୍ଦ୍ର ସାମଲ, ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ‘ଶେଷ ରାତି’ ପାଇଁ ପ୍ରୀତମ ସାହୁ, ଶ୍ରେଷ୍ଠ ନାୟକ ଭାବେ ଆକାଶ ଦାସ ନାୟକ (ମହାବାହୁ), ଶ୍ରେଷ୍ଠ ନାୟିକା ଭାବେ ରିୟା ଦେ (ଶେଷ ରାତି)ଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ସ୍ବାୱନ ସୁମନ ନାୟକ (ରୁଦ୍ରାଣୀ), ଶ୍ରେଷ୍ଠ ନିର୍ଦ୍ଦେଶକ (ପପୁଲାର) ବିଶାଲ ମୌର୍ଯ୍ୟ (ଦମନ), ଦେବୀ ପ୍ରସାଦ ଲେଙ୍କା (ଶେଷ ରାତି), ଅମରେଶ ପତି ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍‌), ଶ୍ରେଷ୍ଠ ଗୀତିକାର ପୁଷ୍ପକ ପରିଡା (ଶେଷ ରାତି), ସ୍ବତନ୍ତ୍ର ଜୁରି ପୁରସ୍କାର ଦେବାଶିଷ ପାତ୍ର (ଶେଷ ରାତି), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର (ତୃଷ୍ଣା), ଶ୍ରେଷ୍ଠ ଖଳନାୟକ ସମ୍ମାନ ବୀରେନ୍‌ ମିଶ୍ର (ଶେଷ ରାତି), ଶ୍ରେଷ୍ଠ ଗାୟକ ଶ୍ରୀଚରଣ ମହାନ୍ତି ଓ ଶ୍ରେୟା ମିଶ୍ର, ଶ୍ରେଷ୍ଠ କଳା ନିର୍ଦ୍ଦେଶକ ନବଘନ ଦଳାଇଙ୍କୁ ପୁରସ୍କୃତ କରାଯାଇଥିଲା। ଦୁରଦର୍ଶନ ପୁରସ୍କାର ୫ଜଣଙ୍କୁ ପ୍ରଦାନ କରାଯାଇଥିଲା। ବିଜୟ ରାଉତରାୟ, ବନସ୍ମିତା ରାଉତରାୟ, ମନ୍ଦାକିନୀ ରାଉତ ଓ ରବୀନ୍ଦ୍ରନାଥ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ମଥ ମିଶ୍ର, ଅଭିଜିତ୍‌ ମଜୁମଦାର, କୁମାର ଜାନୁ, ସନ୍ତୋଷ ଗୁପ୍ତା, ସ୍ବାହାଶ୍ରୀ ପତି, ସଞ୍ଜନା ରାଉତ, ପାୟଲ ପ୍ରୀୟଦର୍ଶନୀ ଭୋଳ, ଚାମେଲି ପ୍ରୀୟଦର୍ଶିନୀ ଓ ନିତୁ ପ୍ରିୟଦର୍ଶିନୀ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଯୋଜକ ବାପୁ ଲେଙ୍କା ଯାଦୁ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ। ଶେଷରେ ସହସମ୍ପାଦକ ଇଂ. ସ୍ଥିତପ୍ରଜ୍ଞ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri