ଓଡିଏମ୍‌କୁ ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌ ସମ୍ମାନ

ନୂଆଦିଲ୍ଲୀ,୩୦।୬: ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ହ୍ୟାତ୍‌ ରିଜେନ୍ସି ହୋଟେଲ ପରିସରରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ୨୦୨୩ ବର୍ଷ ପାଇଁ ସମଗ୍ର ଭାରତର ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ (ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌-୨୦୨୩) ଭାବେ ପୁରସ୍କୃତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଶିକ୍ଷାସମୂହର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନ ନାଗାଲାଣ୍ଡର ଶିକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ ଟେମଜେନ୍‌ ଇମନା ଆଲଙ୍ଗଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଦ ଇକୋନୋମିକ୍‌ ଟାଇମ୍ସର ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଭାରତର ବହୁ ଜଣାଶୁଣା ଶିକ୍ଷାନୁଷ୍ଠାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପାଇଁ ଏହି ସୁଖଦ ଓ ସନ୍ତୋଷପୂର୍ଣ୍ଣ ମୁହୂର୍ତ୍ତରେ ଡ. ସତ୍ୟବ୍ରତ ମୀନକେତନ ବିଦ୍ୟାଳୟ ପ୍ରବନ୍ଧନ ସମିତିର ସମସ୍ତ ସଦସ୍ୟ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କୁ ଅଭିନନ୍ଦନ ତଥା କୃତଜ୍ଞତା ଜ୍ଞାପନ କରିବା ସହିତ ଭବିଷ୍ୟତରେ ଓଡିଏମ୍‌ ଏମିତି ନିଜର ଉତ୍କୃଷ୍ଟତା ପ୍ରମାଣିତକରି ଚାଲିଥିବ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri