ରାଜାମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ସହିତ ଗୋଟିଏ ପରେ ଗୋଟିଏ ନୂଆ ସଫଳତା ହାସଲ କରୁଛନ୍ତି। ନିକଟରେ ସେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ-୨୦୨୨ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି। ନିର୍ଦ୍ଦେଶକ ତାଙ୍କ ସ୍ତ୍ରୀ ରମା ରାଜାମୌଲି, ପୁଅ ଏସ୍‌ ଏସ୍‌ କାର୍ତ୍ତିକେୟ ଏବଂ ପରିବାରଙ୍କ ସହ ପୁରସ୍କାର ଶୋ’ରେ ଯୋଗ ଦେଇଥିଲେ।
ନିର୍ଦ୍ଦେଶକ ରାଜାମୌଲି ପୁରସ୍କାର ଗ୍ରହଣ କରି କହିଥିଲେ, ପାଶ୍ଚାତ୍ୟ ଦେଶରେ ‘ଆର୍‌ଆର୍‌ଆର୍‌’କୁ ସେହି ଭଲପାଇବା ମିଳିଛି, ଯେଭଳି ଭାରତରେ ମିଳିଥିଲା। ଏଥିସହ ଭାରତୀୟଙ୍କ ଭଳି ସମାନ ପ୍ରତିକ୍ରିୟା ମଧ୍ୟ ଏଠାରେ ଦେଖିବାକୁ ପାଇଛି। ସିନେମା ଏକ ମନ୍ଦିର ଭଳି। ଭାରତକୁ ଗୌରବାନ୍ବିତ କରିଥିବାରୁ ନିର୍ଦ୍ଦେଶକଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରୁଛନ୍ତି।

Share