Categories: ଜାତୀୟ

ଜେଏସ୍‌ପିକୁ ଶ୍ରେଷ୍ଠ ସିଏସ୍‌ଆର୍‌ ସମ୍ମାନ

ନୂଆଦିଲ୍ଲୀ,୯।୯:କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ସମ୍ମାନିତ କରାଯାଇଛି। ଗୁରୁବାର କୋଲକାତାରେ ଆୟୋଜିତ ଇଷ୍ଟର୍ନ ଇଣ୍ଡିଆ ଲିଡରଶିପ୍‌ ପୁରସ୍କାର କାର୍ଯ୍ୟକ୍ରମରେ ଜେଏସ୍‌ପିର ସଭାପତି ତଥା ଗ୍ରୁପ୍‌ ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ ହୋତା ଯୋଗ ଦେଇ ଉପରୋକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଏପରିକି ଟାଇମ୍ସ ଆସେଣ୍ଟ ସହଭାଗିତା ହୋଇଥିବା ପୁରସ୍କାରକୁ ୱାଲର୍‌ଡ ସିଏସ୍‌ଆର୍‌ ଫେଡେରେଶନ ଦ୍ୱାରା ପ୍ରମାଣିତ କରାଯାଇଛି। ଏ ସମ୍ପର୍କରେ ହୋତା କହିଛନ୍ତି, ଜେଏସ୍‌ପିରେ ଆମେ ଆମର କାରଖାନା ଆଖପାଖରେ ତଥା ସାରା ଦେଶରେ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛୁ। ଜେଏସ୍‌ପି ଫାଉଣ୍ଡେଶନ ଦ୍ୱାରା ଏହାର ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ କରାଯାଉଥିବା ଆମର ସମସ୍ତ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସମାନ୍ତରାଳ, କାରୋନା ମହାମାରୀ ମୁକାବିଲାରେ ଦେଶର ବିଭିନ୍ନ ଡାକ୍ତରଖାନାକୁ ମେଡିକାଲ ଅକ୍ସିଜେନ ଯୋଗାଇବାରେ ଜେଏସ୍‌ପିର ଚେୟାରମ୍ୟାନ୍‌ ନବୀନ ଜିନ୍ଦଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।
ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ହୋତା ଏକ ପ୍ୟାନେଲ ଆଲୋଚନାରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ। ଯେଉଁଠାରେ ସସ୍‌ଟେନବିଲିଟିି ଷ୍ଟଲୱାର୍ଟ, ଷ୍ଟାର୍ଟଅପ୍‌ ଏବଂ ଏନ୍‌ଜିଓ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଭିନ୍ନ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ବିଶେଷକରି ସ୍ବାସ୍ଥ୍ୟ, ଶିକ୍ଷା,ମହିଳା ସଶକ୍ତୀକରଣ, କୃଷି, ଦକ୍ଷତା ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବହୁମୁଖୀ ସାମାଜିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଜେଏସ୍‌ପି ୩ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚତ୍ଛି।

Share