୨୦୦ ବିଲିୟନ ଡଲାର ସମ୍ପତ୍ତିର ଅଧିକାରୀ ବର୍ନାର୍ଡ

ଓ୍ବାଶିଂଟନ୍‌, ୬।୪: ଲୁଇସ୍‌ ଭିଟୋନ (ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ତଥା ସିଇଓ ବର୍ନାର୍ଡ ଅର୍ନଲ୍ଟ ଏବେ ୨୦୦ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ନିକଟରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ବର୍ନାର୍ଡଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। ବର୍ନାର୍ଡ ବିଶ୍ୱର ତୃତୀୟ ବ୍ୟକ୍ତି, ଯାହାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ୨୦୦ ବିଲିୟନ୍‌ ଡଲାର ଛୁଇଁଛି। ମଙ୍ଗଳବାର ବର୍ନାର୍ଡଙ୍କ ସମ୍ପତ୍ତିରେ ୨.୪ ବିଲିୟନ୍‌ ଡଲାର ବୃଦ୍ଧି ଘଟିବା ପରେ ତାଙ୍କ ମାଟ ସମ୍ପତ୍ତି ମୂଲ୍ୟ ୨୦୧ ବିଲିୟନ୍‌ ଡଲାରରେ ପହଞ୍ଚତ୍ଥିଲା। ଲଗ୍‌ଜୁରି ସାମଗ୍ରୀର ଚାହିଦା ବଢ଼ିବା ଯୋଗୁ ଏପରି ହୋଇଥିବା କୁହାଯାଉଛି। ଶେୟାର ପ୍ରାଇଜ୍‌ରେ ହ୍ରାସ୍‌ ଯୋଗୁ ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଏବଂ ଆମାଜନ ମାଲିକ ଜେଫ୍‌ ବେଜୋସ୍‌ ଧନୀ ତାଲିକାର ସବା ଆଗରେ ରହିବାରୁ ବଞ୍ଚତ୍ତ ହୋଇଛନ୍ତି। ବିଶ୍ୱର ସବୁଠୁ ଧନୀ ତାଲିକାର ଦ୍ୱିତୀୟରେ ମସ୍କ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଜେଫ୍‌ ବେଜୋସ୍‌।

Share