ପୋଲିସ SI ପରୀକ୍ଷା ପୂର୍ବରୁ ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ, ବଡ଼ ଖୁଲାସା…

ଗୋପାଳପୁର,୧।୧୦(ନବୀନ ରାଜ ଆଚାରୀ): ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ SIର ଲିଖିତ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ତିନୋଟି ଏସି ବସ ଯୋଗେ ଯାଉଥିଲେ। ସେହି ସମୟରେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍‌ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ l ତିନି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ଏସ୍‌ପି ବିବେକ ଏକ ସ୍ବତନ୍ତ୍ର ପୋଲିସ ଟିମ  ସହ ଅଟକାଇ ଧରିଥିଲେ l ସେମାନଙ୍କୁ ଆମ୍ବପୁଆ ପୋଲିସ ରିଜର୍ଭକୁ  ଆଣି ଅଟକ ରଖି ପଚରାଉଚରା କରିବା ବେଳେ ୮ ଜଣ ମହିଳା,୧୦୬ ଜଣ ଯୁବକ ଓ ତିନ ଜଣ ଦଲାଲ ରହିଥିଲେ l ପ୍ରଥମେ ୧୦ ଲକ୍ଷ ଟଙ୍କା  ସେମାନେ ଦେଇଥିଲେ। ଚାକିରୀ ପାଇବା ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡ଼ିଲ ହୋଇଥିବା ନେଇ ଜଣାପଡିଛି l ସମ୍ଭବ୍ୟ ପ୍ରଶ୍ନପତ୍ର  ଦେଇ୩ ଦିନ ପ୍ରଶିକ୍ଷଣ ହେବା ପରେ ଆଶାୟୀମାନେ ପୁଣି ଭୁବନେଶ୍ୱର ଆସି ପରୀକ୍ଷା ଦେଇଥାନ୍ତେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତ ଯେତେ ଆଗାଉଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଆହୁରୀ ତିନିରୁ ଚାରି ଦଲାଲ ରହିଥିବା ବେଳେ ସେମାନେ  ଫେରାର ରହିଥିବା ପୋଲିସଠାରୁ ସୂଚନା ମିଳିଛି। ଏ ନେଇ ଗୋଳନ୍ଥରା ଥାନାରେ କେଶ ନଂ ୪୪୭/୨୫ ପ୍ରକାରରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ମଙ୍ଗଳବାର ରାତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓ ବ୍ରହ୍ମପୁର ପୋଲିସ ଅଧିକାରୀ ମାନେ ପରୀକ୍ଷାର୍ଥିମାନଙ୍କୁ ଜୋରା କରିଥିଲେ l ଅନେକ ତଥ୍ୟ ହାସଲ କରିଥିବା ବିଶସ୍ଥ ସୂତ୍ରରୁ ଜଣା ପଡିଛି l ବୁଧବାର ସମସ୍ତ ଅଭିଯୁକ୍ତ କୁ ଡାକ୍ତରି ପରୀକ୍ଷା କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ହୋଇଥିବା ପରୀକ୍ଷାର୍ଥିମାନଙ୍କର ଅବିଭାବକ ମାନଙ୍କୁ ପୋଲିସ ଡକେଇଥିବା ସୂଚନସୂଚନା ମିଳିଛି l ଏଥିସହ ବସ୍‌କୁ ପୋଲିସ ଜବତ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri