ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଛନ୍ତି।

ସେ ବନ୍ୟାରେ ପ୍ରଭାବିତ ହୋଇଥିବା ବିଭିନ୍ନ ଗ୍ରାମର ପରିବାର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏମପି ପ୍ରଥମେ କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁହାଳପୁର ଗ୍ରାମର ଦଳିତ ସାହି, ଗୁଣ୍ଠପଡା ଗ୍ରାମ ନିକଟ ବ୍ରିଜ ଏବଂ କଲ୍ୟାଣପୁର ଗ୍ରାମକୁ ଯାଇ ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଥିଲେ।

ପରେ ସେ ବମକୋଇ ପଞ୍ଚାୟତର ମଦନମୋହନପୁର, ଦେଖାଳି, ଜକର ପଞ୍ଚାୟତର ଚୈତନ୍ୟପ୍ରସାଦ, ଜକର ଓ ତେଣ୍ଟୁଆପଡା, ଗଡଗୋବିନ୍ଦପୁର ପଞ୍ଚାୟତର ଧାନ୍ୟରାଶି, ଗଡଗୋବିନ୍ଦପୁର, କଳିଙ୍ଗଦୋଳା, ଡାବରା ସିଙ୍ଗି, ପରେ ଚୌଧୁରୀ ଟିକରପଡା, ଖମାରୀ ଗାଁ ପଞ୍ଚାୟତର ଗୋଲୁଣ୍ଡା, କଇଠଖଣ୍ଡି, ଫାସିଗୁଡା ପଞ୍ଚାୟତର ଜଲମରପଲ୍ଲୀ ଗ୍ରାମରେ ପହଞ୍ଚି ବନ୍ୟା ପ୍ରବଣ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଏମପିଙ୍କ ଗସ୍ତ ସମୟରେ ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ଏମ୍‌ପିଙ୍କ ବ୍ଳକ ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ, ଭାଜପା ଦିଗପହଣ୍ଡି ନଗର ସଭାପତି ଭବାନୀ ଶଙ୍କର ପଣ୍ଡା, ଜିଲା କାର୍ଯ୍ୟକର୍ତ୍ତା ପରେଶ ଚନ୍ଦ୍ର ରଥ, କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼, ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା, ମହେଶ ପ୍ରଧାନ, ସମିତି ସଭ୍ୟ ପଙ୍କଜ ସାହୁ , ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ରାଜକିଶୋର ମହାନ୍ତି, ବିକ୍ରମ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share