ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ ସହ ସମବେଦନା ଜଣାଇଛନ୍ତି। ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ଶନିବାର ମଧ୍ୟାହ୍ନରେ ଗଞ୍ଜାମ ଜିଲାର ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି। ସେହିପରି ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହଗୁଡିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପଠାଇଛି।  ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଗାଡିଗୁଡିକ ଅଟକି ରହିଥିଲା। ଫଳରେ ରାସ୍ତା ଜାମ୍‌ ହୋଇଯାଇଥିଲା। ପୋଲିସ ଟ୍ରାଫିକ କଣ୍ଟ୍ରୋଲ କରିବା ସହ ଯାନବାହନ ଚଳାଚଳ  ସ୍ବାଭାବିକ କରୁଛି। ଶନିବାର ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆପଦର ପଟକୁ ଯାଉଥିଲା। ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ୍‌ ସହର ଭିତରକୁ ପ୍ରବେଶ କରୁଥିଲା। ତେବେ ଟ୍ରକ ଚାଳକ ଜଣଙ୍କ ବେପରୁଆ ଭାବେ  ଗାଡି ଚାଳନା କରି ଆଗ ପଛ ହୋଇ ଯାଉଥିବା ଦୁଇଟି ବାଇକ ଉପରେ ମାଡି ଯାଇଥିଲା। ଯାହାଫଳରେ ବାଇକ ଚାଳକ ସମେତ ସେଥିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ପୋଲିସ କହୁଛି।
Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri