Categories: ବାଣିଜ୍ୟ

ଓଡ଼ିଶା ବଜାରରେ ପ୍ରବେଶ କରିବ ବର୍ଗର ସିଂ

ଭୁବନେଶ୍ୱର,୧୭।୨:ଦେଶର ପ୍ରମୁଖ ଫୁଡ୍‌ ପ୍ଲାଟ୍‌ଫର୍ମ ତଥା ଭାରତ ନିର୍ମିତ ବର୍ଗର ଚେନ୍‌ ‘ବର୍ଗର ସିଂ’ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ପ୍ରବେଶ କରିବାକୁ ଯାଉଛି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଭଳି ୮ଟି ପ୍ରମୁଖ ସହରରେ ତା’ର ନୂଆ ବିକ୍ରୟ କେନ୍ଦ୍ର ଖୋଲିବା ସହ ଉକ୍ତ ବିକ୍ରୟ କେନ୍ଦ୍ରରେ ୧୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବ ବୋଲି ବର୍ଗର ସିଂ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବର୍ଗର ସିଂର ପ୍ରତିଷ୍ଠାତା ତଥା ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର କବିର ଜିତ ସିଂ କହିଛନ୍ତି, ଆମେ ଓଡ଼ିଶାକୁ ଆମ ବ୍ୟବସାୟ ସମ୍ପ୍ରସାରିତ କରି ଭାରତ ଉପଯୋଗୀ ବର୍ଗରର ଉପତ୍ାଦ ସବୁ ବର୍ଗଙ୍କୁ ଯୋଗାଇଦେବୁ। ସେହିଭଳି ଆମର ଉତ୍ପାଦ ବର୍ଗଗୁଡ଼ିକୁ ଓଡ଼ିଶା ବଜାରରେ ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଛୁ। ଏପରିକି ଆମେ ଆଶା କରୁଛୁ ଯେ ବର୍ଗର ସିଂ ସାମାନ୍ୟ ବର୍ଗରକୁ ଅପ୍ରତ୍ୟାଶିତ ଭାବେ ଖାଦ୍ୟ ବର୍ଗରେ ସାମିଲ କରାଇବା ସହ ଉକ୍ତ ଅଞ୍ଚଳରେ ଏକ ଉଚ୍ଚତର ସ୍ତରକୁ ନେଇଯିବା ଏବଂ ଆମ ଗ୍ରାହକଙ୍କ ହୃଦୟ ଜିତିବା ପରମ୍ପରା ଜାରି ରଖୁଛି ବୋଲି କବିର ମତପ୍ରକାଶ କରିଛନ୍ତି।

Share