ଶିିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଅଶ୍ଳୀଳ ଗାଳି

ସମ୍ବଲପୁର,୨୨ା୩(ବ୍ୟୁରୋ): ଶିକ୍ଷକଙ୍କୁ ସମାଜରେ ସ୍ବତନ୍ତ୍ର ସ୍ଥାନ ଦିଆଯାଏ। ଏପରି କି ମାର୍ଗଦର୍ଶକ, ଆଦର୍ଶ ଭଳି ଗ୍ରହଣ କରାଯାଇଥାଏ। ହେଲେ ସମ୍ବଲପୁର ଜିଲାରେ ଖୋଦ୍‌ ଶିକ୍ଷା ବିଭାଗର ଜଣେ ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାବେ ଗାଳି କରିଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଧନକଉଡ଼ା ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ବିରୋଧରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଏ ନେଇ ଲିଖିତ ଅଭିଯୋଗ କରିଛି। ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଉପରେ ପକ୍ଷ ରଖିବାକୁ ବିଇଓ ସାହୁଙ୍କୁ ଡିଓଇ ମଣ୍ଡଳ କହିଛନ୍ତି।
ପ୍ରାଥମିକ ଶିକ୍ଷକ ସଂଘର ଅଭିଯୋଗକ୍ରମେ ବିଓଇ ସାହୁ ଯୋଗଦାନ କରିବା ପରେ ସିଆର୍‌ସିସି ଓ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ଅନେକ ସମୟରେ ଦୁର୍ବ୍ୟବହାର କରୁଛନ୍ତି। କିଛିଦିନ ପୂର୍ବରୁ ସ୍କୁଲ ପରିଦର୍ଶନ ସମୟରେ ଶିକ୍ଷୟିତ୍ରୀମାନଙ୍କୁ କୁକୁର (କୁକୁରେନ) କହିବା ସହ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଅନେକ ସ୍କୁଲକୁ ଯାଇ ସାମାନ୍ୟ କଥାରେ ଦରମା ବନ୍ଦ କରିଦେବା, ବଦଳି କରିଦେବାକୁ କହି ଭୟଭୀତ କରୁଛନ୍ତି। ବିିଇଓଙ୍କ ଦ୍ୱାରା ଶିକ୍ଷକମାନଙ୍କ ଦରମା ହୋଇଥାଏ। ହେଲେ ତାଙ୍କ ଅବହେଳା ଯୋଗୁ ନିୟମିତ ଦରମା ମିଳୁନାହିଁ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ବାର୍ଷିକ ବର୍ଦ୍ଧିତ ଦରମା ହୋଇପାରୁନାହିଁ, ଆବଶ୍ୟକ ଥିଲେ ମଧ୍ୟ ଛୁଟି ପ୍ରଦାନ କରୁନାହାନ୍ତି। ଦିନକୁ ଦିନ ବିିିଇଓଙ୍କ ଏଭଳି ଆଚରଣ ବୃଦ୍ଧି ପାଇବାରେ ଲାଗିଛି। ସିଆର୍‌ସିସିମାନଙ୍କୁ ଲାଞ୍ଚ ମାଗୁଥିବାର ମଧ୍ୟ ନଜିର ରହିଛି। ମହାନଗର ନିଗମ ଗଡ଼ମୁଣ୍ଡା ଗ୍ରାମର ଶିକ୍ଷକ ବିଭୂତି ଭୂଷଣ ବାଗ୍‌ଙ୍କ ମୃତ୍ୟୁକୁ ୨ବର୍ଷ ବିତିଯାଇଛି। ପରିବାରକୁ କେବଳ ପ୍ରୋଭିଜନାଲ ପେନ୍‌ସନ ମିଳୁଛି। ଆବେଦନ କରିବା ପରେ ପରିବାର ଲୋକେ ବିିଇଓ ଅଫିସ ଯାଇଥିଲେ। ହେଲେ ବିଇଓ ସାହୁ କାମ ନ କରି ତାଙ୍କ ସମ୍ପର୍କୀୟଙ୍କ ଜରିଆରେ ୭୦ ହଜାର ଟଙ୍କା ଦେଲେ କାମ ହେବ ବୋଲି ଖବର ଦେଇଥିଲେ। ଆଜି ପର୍ଯ୍ୟନ୍ତ ମୃତ ଶିକ୍ଷକ ବାଗଙ୍କ ପରିବାର ସମ୍ପୂର୍ଣ୍ଣ ପେନ୍‌ସନ ପାଇପାରି ନାହାନ୍ତି। ଶୀଘ୍ର ଏ ନେଇ ଏକ ଟିମ୍‌ ଗଠନକରି ତଦନ୍ତ କରାଯାଉ। ପୂର୍ବରୁ ସେ ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେଣୁ ଏଭଳି ଦୁର୍ନୀତି କରୁଥିବା ବିଇଓ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିକ୍ଷକ ସଂଘ ଅଭିଯୋଗରେ ଦର୍ଶାଇଛି। ଅଭିଯୋଗପତ୍ରରେ ସଂଘ ସଭାପତି ରଚନା ସିଂ, ସମ୍ପାଦକ ପ୍ରଶାନ୍ତ କୁମାର ବାଗ୍‌ଙ୍କ ସ୍ବାକ୍ଷର ରହିଛି। ଏ ସମ୍ପର୍କରେ ବିଇଓ ସାହୁକୁ ପଚାରିବାରୁ ସେ କହିଛନ୍ତି, ବ୍ଲକ ଓ ଜିଲାରେ ଦୁଇଟି ଶିକ୍ଷକ ସଂଘ ରହିଛି। ଧନକଉଡ଼ା ବ୍ଲକରେ ଦୁଇଟି ସଂଘ ମଧ୍ୟରେ କନ୍ଦଳ ଯୋଗୁ ଅଧିକାରୀମାନେ ଫସିଯାଉଛନ୍ତି। ମୋ କ୍ଷେତ୍ରରେ ତାହାହିଁ ଘଟିଛି। କେବେ କୌଣସି ଶିକ୍ଷୟିତ୍ରୀଙ୍କୁ ଖରାପ ଭାଷାରେ ଗାଳିଦେଇ ନାହିଁ। ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ଏକାକାଳୀନ ଛୁଟିରେ ଯିବାକୁ ଆବେଦନ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ମନା କରିଦେଇଥିଲି। ତେଣୁ ଆକ୍ରୋଶ ରଖି ବଦନାମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri