ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା: କମିଟିକୁ ବୈଧ ଘୋଷଣା କଲେ ବିଇଓ

ରସୁଲପୁର,୨୪ା୩(ଡି.ଏନ.ଏ.): ରସୁଲପୁର ବ୍ଲକ କଲଣ ପଞ୍ଚାୟତସ୍ଥିତ ମଧୁପୁର ସରକାରୀ ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା ଏବେ ପୁଣି ଚର୍ଚ୍ଚାରେ। ବିଦ୍ୟାଳୟ ପକ୍ଷରୁ କମିଟି ଗଠନରେ ଅନିୟମିତତା ହୋଇଥିବା ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁଦର୍ଶନ ମଲିକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗକୁ ବିଇଓ ଗୁରୁତ୍ୱ ନଦେଇ ଉକ୍ତ କମିଟିକୁ ବୈଧ ଘୋଷଣା କରିଛନ୍ତି। ଏହାଜାଣି ଅଭିଭାବକ ପୁନର୍ବାର ବିଇଓଙ୍କୁ ଅଭିଯୋଗ କରି କମିଟିକୁ ଅଷିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି। ଏହା ନ ହେଲେ ସେମାନେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
୧୦ ଜାନୁୟାରୀ ୨୦୨୩ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ହୋଇଥିଲା। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକଙ୍କ ସଂଖ୍ୟା ୪୬୭। ତେଣୁ ବିଧି ମୁତାବକ ବିଦ୍ୟାଳୟ ପରିଚାଳାନା କମିଟି ଗଠନ ପାଇଁ କୋରମକୁ ହିସାବକୁ ନେଲେ ୧୮୯ ଅଭିଭାବକଙ୍କ ଉପସ୍ଥିତ ଆବଶ୍ୟକତା ରହିଛି। ସେହି ଦିଗକୁ ଦେଖିଲେ ମୋଟ୍‌ ଅଭିଭାବକ ସଂଖ୍ୟାର ୪୦ଶତକଡ଼ା ଉପସ୍ଥାନ ରହିବା ଉଚିତ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆହ୍ବାନକ୍ରମେ ବୈଠକରେ ୧୫୫ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ, ଯାହାକି ଆବଶ୍ୟକ ଅଭିଭାବକଙ୍କଠାରୁ ୩୪ଜଣ କମ୍‌। ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଏକାଧିକ ଅଣଅଭିଭାବକ ସାମିଲ ଥିଲେ। ଜଣେ ଲେଖାଏ ଅଭିଭାବକ ଏକାଧିକ ସ୍ଥାନରେ ଦସ୍ତଖତ କରିଥିଲେ। କେତେଜଣ ଅଭିଭାବକ ବୈଠକରେ ନ ଥାଇ ବି ସେମାନଙ୍କ ଦସ୍ତଖତକୁ ଜାଲ୍‌ କରି ଦିଆଯାଇଥିଲା। ବୈଠକରେ ମାତା ଓ ପିତା ଉପସ୍ଥିତ ଥିଲେ ସେମାନଙ୍କୁ ଜଣେ ସଭ୍ୟରେ ଗଣାଯିବ। ଏ ଦିଗରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ହେଲେ ଏଥିରେ ବ୍ୟତିକ୍ରମ ଘଟି ଉଭୟ ମା,ବାପାଙ୍କୁ କମିଟି ସଦସ୍ୟ ଗ୍ରହଣ କରାଯାଇଛି। ଏ ପରିକି ପରିଚାଳନା କମିଟି ଗଠନ ପାଇଁ ଚୟନ ସଦସ୍ୟଙ୍କ ମଧ୍ୟରୁ କେତେଜଣ ଅଭିଭାବକ ନୁହନ୍ତି। ଖୋଦ୍‌ ସଭାପତି ପ୍ରାର୍ଥୀଙ୍କ ସମର୍ଥକ ଭାବରେ ଦର୍ଶାଯାଇଥିବା ବ୍ୟକ୍ତି ଜଣକ ଅଭିଭାବକ ନୁହନ୍ତି। ବୈଠକ ଖାତାରେ ଅଭିଭାବକଙ୍କ ଦସ୍ତଖତ ତାଲିକାର କ୍ରମିକ ସଂଖ୍ୟା ୧୫୬ରୁ ୧୯୭ ପର୍ଯ୍ୟନ୍ତ ମିଥ୍ୟା ଦସ୍ତଖତ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏଭଳି ଅନେକ ତ୍ରୁଟି ଥାଇ ବିଦ୍ୟାଳୟ ପକ୍ଷରୁ କମିଟି ଗଠନ କରାଯାଇ ଅନୁମୋଦନ ପାଇଁ ବିଇଓଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିଲା। ଅଭିଯୋଗ ପରେ ବିଇଓ କମିଟିକୁ ଅନୁମୋଦନ ପ୍ରଦାନ କରି ନ ଥିଲେ। କମିଟି ପାଇଁ ଆସିଥିବା ଚିଠାକୁ ୨ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ହେଲେ ହଠାତ୍‌ କ’ଣ ଘଟିଲା ଯେ ସେ ରାତିଅଧିଆ କମିଟିକୁ ବୈଧ ଘୋଷଣା କରିଥିଲେ। ଏହାକୁ ନେଇ ଅଭିଭାବକଙ୍କ ମନରେ ସନ୍ଦେହଜାତ ହେଉଛି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାଧିକାରୀ ଏଭଳି କରିଛନ୍ତି ବୋଲି ଅଭିଭାବକ ଦେବବ୍ରତ ସାହୁ ଅଭିଯୋଗ କରିଛନ୍ତି।
ତେଣୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବିଇଓ ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାର୍ଥୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯାହାକିଛି ପଦକ୍ଷେପ ନେଇଛନ୍ତି। କୋରମ ଅଭାବରୁ ବୈଠକ ହୋଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେ ଦିନ ବିଦ୍ୟାଳୟରେ ୧୯ ଶିକ୍ଷକ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥାନକୁ ମିଶାଇଲେ କୋରମ ହୋଇଯାଉଛି। ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ସଭାପତି ପଦ ପାଇଁ ଆଶାୟୀ ଥିଲେ। ତାହା ହୋଇ ନ ପାରିବାରୁ ସେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ବିଇଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri