Categories: ଜାତୀୟ

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ ବେଳେ ର଼୍ୟାକେଟ ଠାବ ହେବା ସହ ଏଥିରେ ସମ୍ପୃକ୍ତ ଜଣକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଡାର୍କନେଟ ଜରିଆରେ କଲ୍‌ କରି ଏମାନଙ୍କଠାରୁ ଭାରତୀୟ ସୁରକ୍ଷା ବଳ ସମ୍ପର୍କିତ ତଥ୍ୟ ମାଗୁଥିବା ସ୍ପଷ୍ଟ ହୋଇଛି। ଗିରଫ ଶରଫୁଦ୍ଦିନ(୪୧)ଙ୍କ ଘର କେରଳର ଓ୍ବାୟନାଡରେ। ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ ପରିବର୍ତ୍ତନ କରିବା ଟେକ୍ନୋଲୋଜିର ବିକାଶ କରିଥିଲେ। ସେ ବେଙ୍ଗାଲୁରୁର ୪ଟି ସ୍ଥାନରେ ସିମ୍‌ ବାକ୍ସ ରଖିଥିଲେ। ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୨,୧୪୪ଟି ସିମ୍‌ କାର୍ଡ, ୫୮ ସିମ୍‌ ବାକ୍ସ ଓ ଇଲେକ୍ଟ୍ରୋନିକ ସରଞ୍ଜାମ ଜବତ ହୋଇଛି।

Share