Categories: ଜାତୀୟ

୮ ଯାଏ ବେଙ୍ଗାଲୁରୁରେ ଜାରି ରହିବ ୧୪୪ ଧାରା

ବେଙ୍ଗାଲୁରୁ,୨୨।୨: ହିଜାବକୁ ନେଇ ବିବାଦ ଲାଗି ରହିଥିବାରୁ ବେଙ୍ଗାଲୁରୁର ସ୍କୁଲ୍‌ କଲେଜ ନିକଟରେ ଲାଗୁ ହୋଇଥିବା ୧୪୪ ଧାରାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ହିଜାବ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଘଟେ ସେନେଇ ଏହି କଟକଣା ଲାଗୁ କରାଯାଇଛି।

ହିଜାବ ବିକ୍ଷୋଭ ଯୋଗୁ ଆଇନ ଶୃଙ୍ଖଳା ସ୍ଥିତି ବ୍ୟାହତ ହେଉଥିବାରୁ କଟକଣା ବଢ଼ାଗଲା ବୋଲି ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ଏକ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ବେଙ୍ଗାଲୁରୁର ଶିକ୍ଷାନୁଷ୍ଠାନଗୁଡ଼ିକର ୨୦୦ ମିଟର ପରିଧି ମଧ୍ୟରେ ଗହଳି ହୋଇପାରିବ ନାହିଁ, ଆନ୍ଦୋଳନ କି ବିକ୍ଷୋଭକୁ ବାରଣ କରାଯାଇଛି। ଦକ୍ଷିଣ କନ୍ନଡ ଜିଲା ପ୍ରଶାସନ ମଧ୍ୟ କଟକଣାକୁ ଫେବୃୟାରୀ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Share