ବେଙ୍ଗାଲୁରୁରୁ ଓଡ଼ିଆ ସ୍ବିଗି ବୟ ଉଦ୍ଧାର

ଭୁବନେଶ୍ୱର,୯।୧୦(ବ୍ୟୁରୋ):କ୍ଷତ ବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ସ୍ବିଗି ବୟଙ୍କୁ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ଧାର କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ପାଟେଣି ଗାଁର ୨୪ ବର୍ଷୀୟ ବୈକୁଣ୍ଠ କୁମାର ସାହୁ। ସେ ବେଙ୍ଗାଲୁରୁରେ ରହି ସ୍ବିଗି କମ୍ପାନୀରେ ଡେଲିଭରି ବୟ ଭାବେ କାମ କରୁଥିଲେ। ସେପ୍ଟେମ୍ବର ୨୧ ତାରିଖରେ ଖାଦ୍ୟ ନେଇ ଯାଉଥିବାବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ପରିବାର ଲୋକେ ଖବର ପାଇବା ପରେ ଓଡ଼ିଶା ମୋ ପରିବାରର (ପ୍ରବାସୀ ଓଡ଼ିଆ)ର ଉପଦେଷ୍ଟା ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଓଡ଼ିଶା ମୋ ପରିବାରର ଆବାହକଙ୍କ ନିର୍ଦ୍ଦେଶକ୍ରମେ ସଙ୍ଗଠନର ବେଙ୍ଗାଲୁରୁ ନୋଡାଲ ଅଫିସର ପ୍ରଣବ ପାଣି ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଉଦ୍ଧାର କରି ନିକଟସ୍ଥ ସେଣ୍ଟ ଜୋନ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସା କରାଯାଇଥିଲା। ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ପ୍ରବାସୀ ଓଡ଼ିଆ ମହାପାତ୍ର ଓ ମୋ ପରିବାର ଟିମ୍‌ ଏଥିରେ ସହାୟତା କରିଥିଲେ। ଏଥିପାଇଁ ବୈକୁଣ୍ଠ ମୁଖ୍ୟମନ୍ତ୍ରୀ ଓ ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୫-୪୦ ବର୍ଷୀୟଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ସେଥିରୁ ୧୦୨ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି...

୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ମିଳିବ ଆଡମିଟ୍‌ କାଡର୍ର୍

କଟକ ଅଫିସ,୨।୭: ଆସନ୍ତା ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ମଙ୍ଗଳବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ୱେବସାଇଟ www.bseodisha.ac.inରେ...

ଗଣମାଧ୍ୟମକୁ ଦମକଳ ପରି ଡାକରା

ନୟାଗଡ଼ ଅଫିସ,୨୭।୫: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲାସ୍ତରୀୟ ସମ୍ମିଳିତ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ...

ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍‌ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪...

ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ କଂସ: ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ

ପୁରୀ ଅଫିସ, ୧୨ା୧: ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶନିବାର ପୁରୀ ଆସି ପବିତ୍ର...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

୭ମ ରାଜ୍ୟ ଟେଲି ପୁରସ୍କାର:‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):୨୦୧୮ ମସିହା ଲାଗି ମଙ୍ଗଳବାର ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଏଥର ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି...

୧୫ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୩ କୋଟି ଅର୍ଥ ରାଶି ଅନୁମୋଦନ

ଭୁବନେଶ୍ୱର, ୬।୨(ବ୍ୟୁରୋ):‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪...

Advertisement
Archives

Model This Week