ଆଜି ବେଙ୍ଗାଲୁରୁ ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦିଲ୍ଲୀ, ମୁମ୍ବାଇ ପରେ ବେଙ୍ଗାଲୁରୁଠାରେ ବୁଧବାର ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ ପ୍ରତିନିଧି ଦଳ ସହ ମଙ୍ଗଳବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବୁଧବାର ସନ୍ଧ୍ୟାରେ ଓଡ଼ିଶା ସରକାର ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ତାଜ ଓ୍ବେଷ୍ଟ ଏଣ୍ଡ ହୋଟେଲରେ ହେବାକୁ ଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ଶିଳ୍ପପତି, ବ୍ୟବସାୟୀ ଏବଂ ପୁଞ୍ଜିନିବେଶକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଇନ୍‌ଭେଷ୍ଟର୍ସ ମିଟ୍‌କୁ ସମ୍ବୋଧନ କରିବା ସହ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ଯୋଗଦେବାକୁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବେ। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ନବୀନ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିବେ। ରାଜ୍ୟରେ ବ୍ୟବସାୟ ଓ ପୁଞ୍ଜିନିବେଶ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା ଇନ୍‌ଭେଷ୍ଟର୍ସ ମିଟ୍‌ର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ବରିଷ୍ଠ ଶିଳ୍ପପତିଙ୍କ ସହ ଓଡ଼ିଶାକୁ ନେଇ ସେମାନଙ୍କର ଯୋଜନା ସମ୍ପର୍କରେ ଆଲୋଚନା କରିବେ।
ଏଥିସହିତ ରାଜ୍ୟ ସରକାର ବୃହତ୍‌ ବ୍ୟବସାୟିକ ବାତାବରଣ ପାଇଁ ନେଇଥିବା ସଂସ୍କାର ବିଷୟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବେ। ରାଜ୍ୟ ସରକାର ଘରୋଇ ଏବଂ ରପ୍ତାନି ମାର୍କେଟ ପାଇଁ କି ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ସେ ନେଇ ଆଲୋଚନା ହେବ। ଏଥିସହିତ ଆଇବିଏମ୍‌ ଇଣ୍ଡିଆର ଅମିତ ଶର୍ମା, ଓ୍ବିପ୍ରୋ- ଜିଇ ହେଲ୍‌ଥ କେୟାରର ଶ୍ରବଣ ସୁବ୍ରମନ୍ୟମ, ଏବିବି ଲିମିଟେଡର ଟି.କେ. ଶ୍ରୀଧର, ଟିଟିକେ ପ୍ରେଷ୍ଟିଜର ସରନ୍ୟାୟନ ପି. ପ୍ରମୁଖ ଶିଳ୍ପପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫର୍ମେଶନ ଟେକ୍ନୋଲୋଜି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ ପ୍ରମୁଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ଗଭର୍ନମେଣ୍ଟ ଟୁ ବିଜ୍‌ନେସ( ଜି-୨ ବି) ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍‌, ପ୍ରତିରକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିନିବେଶକାରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ କେତେକ ବୃହତ୍‌ ବ୍ୟବସାୟିକ ସଂସ୍କାର ଆଣିଛନ୍ତି। ଏଥିସହିତ ରାଜ୍ୟରେ ଶିଳ୍ପକୁ ଖାପ ଖୁଆଇଲା ଭଳି ବ୍ୟବସ୍ଥା କରିଥିବା ବୈଠକରେ ସୂଚନା ଦେଇଥିଲେ। ଏହି ଅବସରରେ ଓ୍ବିପ୍ରୋ ଲିମିଟେଡ୍‌ର ପୂର୍ବତନ ଅଧ୍ୟକ୍ଷ ଅଜିମ୍‌ ପ୍ରେମ୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ। ଏଥିସହିତ ଗୋଲ୍‌ଡେନ ହାଚେରୀ ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସଏଦ ଫାହାଦ, ସ୍ପ୍ରିଙ୍ଗବୋର୍ଡର କୋ ପ୍ରତିଷ୍ଠାତା ବରୁଣ ଚାଓ୍ବାଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଏରୀ ନିର୍ଦ୍ଦେଶକ ଏଏମ୍‌ଏସ୍‌ ରେଡ୍ଡୀ, ନନ୍ଦୀ ପାଓ୍ବାରଟ୍ରୋନିକ୍ସ ପରିଚାଳନା ନିର୍ଦ୍ଦେଶକ ଏଚ୍‌.ଏନ୍‌. ଆମକ୍ରିଷ୍ଣାୟା, ନେଷ୍ଟଓ୍ବେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେରଲିନ ହକ୍‌ ଏରୋସ୍ପେସର ଡାଇରେକ୍ଟର ଜେବି ଜୋଶେଫ ଆନଡ୍ରୋଥ, ଏମ୍‌ଭିଏମ୍‌ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ନନ୍ଦ ଭେଙ୍କଟରାଓ, ଶ୍ରାବଣୀ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ ଏନ.ପ୍ରଶାନ୍ତରାଓ ଜି-୨ବି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri