Categories: ଜାତୀୟ

ଆକ୍ଟିଭିଷ୍ଟ ଦିଶାଙ୍କ ସମର୍ଥନରେ ବେଙ୍ଗାଲୁରୁ କୃଷକ ସଂଗଠନ

ବେଙ୍ଗାଲୁରୁ, ୧୭।୨ : ନିକଟରେ ଦେଶ ବିରୋଧି ଟୁଲକିଟ୍‌ ଯୋଗୁ ଗିରଫ ହୋଇଥିବା ୨୨ ବର୍ଷୀୟା ଦିଶା ରବିଙ୍କ ସମର୍ଥନରେ ବାହାରିଛନ୍ତି କର୍ନାଟକର କୃଷକ ସଂଗଠନ। ଏ ନେଇ ବୁଧବାର ଏକ ମିଳିତ ବିବୃତି ଜାରି କରିବା ସହ ଦିଲ୍ଲୀ ପୋଲିସର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

“ ୧୩ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ବେଆଇନ ଭାବେ ଦିଶାଙ୍କୁ ଘରୁ ଉଠାଇ ନେଇଥିଲା। ପରିବାରବର୍ଗଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲା ପୋଲିସ। ଦିଲ୍ଲୀର ଏକ କୋର୍ଟ ଦିଶାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୨୨ ବର୍ଷୀୟାଙ୍କ ପ୍ରତି ଏହା ଅମାନବୀୟ କାର୍ଯ୍ୟ ” ବୋଲି ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି।

Share