Categories: ଜାତୀୟ

ଆକାଉଣ୍ଟସକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଲେ

ବେଙ୍ଗାଲୁରୁ,୮।୪: ଆକାଉଣ୍ଟ ସେଟେଲମେଣ୍ଟକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଇଛନ୍ତି ଜଣେ ବ୍ୟବସାୟୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ ଘଟିଛି। ଏଭଳି ଘଟଣା ୧ ତାରିଖରେ ସହରର ଭାଲମିକି ନଗର ଅଞ୍ଚଳରେ ଘଟିଥିଲା। ପୂରା ଘଟଣା କଏଦ ହୋଇଛି ସିସିଟିଭିରେ।

ଟୁଇଟରେ ଛାୟୀ ହୋଇଯାଇଥିବା ଫୁଟେଜରେ ପୀଡ଼ିତ ଅର୍ପିତ ଏକ ବିଲ୍ଡିଂରୁ ବାହାରକୁ ଆସୁଛନ୍ତି। ତା’ ପରେ ତାଙ୍କ ଉପରେ କିଛି ତରଳ ପଦାର୍ଥ ପକାଯାଇଥିଲା, ଯାହାକୁ ପରେ ପୋଲିସ ପେଣ୍ଟ ଥିନର ବୋଲି ସ୍ପଷ୍ଟ କରିଛି। ତାଙ୍କ ପଛରେ ବିଲ୍ଡିଂରୁ ବାହାରି ଥିଲେ ତାଙ୍କ ବାପା ସୁରେନ୍ଦ୍ର। ଯୁବକ ଜଣଙ୍କ ନେହୁରା ହେଉଥିଲେ ମଧ୍ୟ ସୁରେନ୍ଦ୍ର କିଛି ଶୁଣି ନ ଥିଲେ। ଶେଷରେ ମ୍ୟାଚ୍‌ଷ୍ଟିକ୍‌ ଲଗାଇ ତାଙ୍କ ଉପରକୁ ଫେପାଡ଼ିଥିଲେ। ଥରେ ବିଫଳ ହେବା ପରେ ସେ ଦ୍ୱିତୀୟ ମ୍ୟାଚ୍‌ଷ୍ଟିକ୍‌ ଲଗାଇଥିଲେ। ପୋଷାକ ଜଳୁଥିବା ବେଳେ ଅର୍ପିତ ଜୀବନ ବଞ୍ଚାଇବା ଲାଗି ଦୌଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସ୍ଥାନୀୟ ଲୋକେ ଅର୍ପିତଙ୍କୁ ଉଦ୍ଧାର କରି ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୬୦ ପ୍ରତିଶତ ଜଳି ଯାଇଥିଲା। ଦୁଇ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ସେ ହାରି ଯାଇଥିଲେ। ପଡ଼ୋଶୀଙ୍କ ବୟାନ ଅଧାରରେ ଅର୍ପିତଙ୍କ ହତ୍ୟା ପାଇଁ ତାଙ୍କ ବାପା ସୁରେନ୍ଦ୍ର ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ସୁରେନ୍ଦ୍ର କପଡ଼ା ବ୍ୟବସାୟ କରନ୍ତି। ଦୋକାନ ପରିଚାଳନା କରୁଥିବା ଅର୍ପିତଙ୍କୁ ଆକାଉଣ୍ଟ ଡିଟେଲ୍ସ ମାଗିବାରୁ ୧.୫ କୋଟି ଟଙ୍କାର ହିସାବ ଦେଇ ପାରି ନ ଥିଲେ।

Share